ETV Bharat / bharat

ରଥଯାତ୍ରା ବନ୍ଦ: ଭକ୍ତ-ଭଗବାନ ମଧ୍ୟରେ ବାଧକ ଭାଇରସ

author img

By

Published : Jun 18, 2020, 7:00 PM IST

ଆସନ୍ତା 23ରେ ହେବାକୁ ଥିବା ପବିତ୍ର ଘୋଷଯାତ୍ରାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

SC stays this year's historic Puri's Rath Yatra
ରଥଯାତ୍ରା ବନ୍ଦ: ଭକ୍ତ-ଭଗବାନ ମଧ୍ୟରେ ବାଧକ ସାଜିଲା ଭାଇରସ

ଭୁବନେଶ୍ବର: ଶ୍ରୀ ଜଗନ୍ନାଥ... କେବଳ ଏକ ଶଦ୍ଦ ନୁହେଁ କୋଟି କୋଟି ଓଡିଆ ପ୍ରାଣର ହୃଦସ୍ପନ୍ଦନ । ମହାପ୍ରଭୁଙ୍କ ଘୋଷଯାତ୍ରାଙ୍କ ପାଇଁ ରଥ..ପଥ ସବୁ ପ୍ରସ୍ତୁତ ଥିଲା । କେବଳ ଅପେକ୍ଷା ଥିଲା ଜଗତର ନାଥ ଜଗନ୍ନାଥ କେତେବେଳେ ବଡଦାଣ୍ଡକୁ ଓହ୍ଲାଇବେ । ହେଲେ କୋରୋନା କାୟାର କରାଳ ରୂପ ଦେଖି ଗୁରୁବାର ରଥଯାତ୍ରା ହେବ କି ନାହିଁ ତାହା ଉପରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଆସନ୍ତା 23ରେ ହେବାକୁ ଥିବା ପବିତ୍ର ଘୋଷଯାତ୍ରାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ‘ଯଦି ଆମେ ରଥଯାତ୍ରା କରିବାକୁ ଅନୁମତି ଦେଉ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ’ବୋଲି ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କହିଛନ୍ତି ।

ତେବେ ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେଙ୍କ ଅଧ୍ୟକ୍ଷତାର ବସିଥିବା 3 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଇ କରିବାକୁ ଯାଇ କହିଛନ୍ତି, ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶାରେ ରଥଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି ରଥଯାତ୍ରା କରିବାକୁ ଅନୁମତି ଦେଉ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେନି । ମହାମାରୀ ସମୟରେ ବିପୁଳ ମାତ୍ରାରେ ଜନସମାବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏହାସହ ରାଜ୍ୟରେ କୌଣସି ବି ସ୍ଥାନରେ ରଥଯାତ୍ରା ବା ସମାବେଶ ନ କରିବାକୁ ରାଜ୍ୟସରକାରଙ୍କୁ ଖଣ୍ଡପୀଠ କହିଛନ୍ତି । ନହେଲେ କୋରୋନା ଭୂତାଣୁର ପ୍ରସାର ହୋଇପାରେ ।

ଅନ୍ୟପଟେ ମାମଲାର ଶୁଣାଣି ବେଳେ ବରିଷ୍ଠ ଓକିଲ ମୁକୁଲ ରୋହତଗି ସୁପ୍ରିମକୋର୍ଟକୁ ଜଣାଇଛନ୍ତି, ରଥଯାତ୍ରା ଯଦି ହୁଏ ପ୍ରବଳ ମାତ୍ରାରେ ଜନସମାଗମ ହେବ । ଫଳରେ କୋରୋନା ଭାଇରସ ସଂକ୍ରମଣ ବଢିବାର ବିପଦ ରହିଛି । ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋର୍ଟ । ତେବେ ରଥଯାତ୍ରା ବନ୍ଦ କରିବା ପାଇଁ ବିଭିନ୍ନ ଏନଜିଓ ପକ୍ଷରୁ ଯାଚିକା ଦାଏର କରାଯାଇଥିଲା ।

ପୂର୍ବରୁ ଓଡିଶା ବିକାଶ ପରିଷଦ ପକ୍ଷରୁ ବାର୍ଷିକ ଉତ୍ସବ ଉପରେ ରୋକ୍ ଲଗାଇବା ପାଇଁ ଦାବି କରି ସୁରେନ୍ଦ୍ର ପାଣିଗ୍ରାହୀ ଗତ 9ରେ ହାଇକୋର୍ଟରେ ଏକ ଯାଚିକା ଦାଏର କରିଥିଲେ । ଏଥିରେ ରାଜ୍ୟସରକାର ସମସ୍ତ ଗାଇଡଲାଇନ ମାନି ରଥଯାତ୍ରା ଆୟୋଜନ କରୁଛନ୍ତି କି ପ୍ରଶ୍ନ କରିଥିଲେ । ରଥଯାତ୍ରା ହେଲେ ବିଭିନ୍ନ ପ୍ରାନ୍ତରୁ ଜନସମାଗମ ହେବ । ଭିଡ ନିୟନ୍ତ୍ରଣ କରିବା ସାମାଜିକ ଦୂରତା ଅନୁପାଳନ କରିବା ସରକାରଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡିବ । ଏହାସହ କୋରୋନା ଭାଇରସ ସଂକ୍ରମଣ ରୋକିବା ମୁସ୍କିଲ ହୋଇଯିବ । ତେଣୁ ରଥଯାତ୍ରା ବନ୍ଦ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁମତି ନ ଦେବାକୁ ଅପିଲ କରାଯାଇଥିଲା ।

ସୁରେନ୍ଦ୍ର ଯାଚିକାରେ ଉଲ୍ଲେଖ କରିଥିଲେ କି, ବର୍ତ୍ତମାନ ଦେଶ ସମେତ ରାଜ୍ୟରେ କୋରୋନା କାୟା ଜାରି ରହିଛି । ଘଡିସନ୍ଧି ମୂହୁର୍ତ୍ତରେ ପୁରୀ ଗତି କରୁଛି । ସୁରେନ୍ଦ୍ରଙ୍କ ଦ୍ବାରା ଦାଏର ହୋଇଥିବା ଯାଚିକାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି, ସରକାର ଯଦି ରଥଯାତ୍ରା ଆୟୋଜନ କରିବା ପାଇଁ ନିର୍ଣ୍ଣୟ ନେଉଛନ୍ତି, କୋଭିଡର ସମସ୍ତ ଗାଇଡଲାଇନ ପାଳନ କରିବା ସହ ରଥ ଟାଣିବା ପାଇଁ ମେସିନ୍ କିମ୍ବା ହାତୀ ଟାଣିବା ଉପରେ ବିଚାର କରିବା କରିବା ଉଚିତ୍ ।

ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ତିନି ରଥ ପରମ୍ପରା ଅନୁସାରେ, 3 କିଲୋମିଟର ଭିଡା ହୋଇଥାଏ ଏବଂ ସମାନ ଭାବେ ଫେରିଥାଏ । ଜୁନ 23ରୁ ରଥଯାତ୍ରା ଆରମ୍ଭ ହୋଇ ଆସନ୍ତା ଜୁଲାଇ 1ରେ ବାହୁଡା ଯାତ୍ରା ପାଇଁ ସ୍ଥିର ହୋଇଥିଲା । ଅନ୍ୟପଟେ ରଥଯାତ୍ରା ହେବ କି ନାହିଁ ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ । କୋରୋନାର ସ୍ଥିତି ଦେଖି ସରକାର ରଥଯାତ୍ରା ପାଇଁ ଅନୁମତି ଦେବେ କି ନାହିଁ ।

ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଥିବା ବେଳେ ଅନେକ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏପରିକି ଶ୍ରୀଜଗନ୍ନାଥ ସେନା ଏହାକୁ ବିରୋଧ କରି ଆସନ୍ତାକାଲି(ଶୁକ୍ରବାର) ପୁରୀ ବନ୍ଦ ଡାକରା ଦେଇଛି ।

ସୌଜନ୍ୟ@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.