ETV Bharat / bharat

କମ୍ପାର୍ଟମେଣ୍ଟ ପରୀକ୍ଷା ବାତିଲ ଆବେଦନ ନେଇ ସିବିଏସଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Sep 4, 2020, 3:13 PM IST

କୋରୋନା ସଂକ୍ରମଣ ସମୟରେ କମ୍ପାର୍ଟମେଣ୍ଟ ପରୀକ୍ଷା ବାତିଲ କରିବାକୁ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ସିବିଏସ୍ଇକୁ ନୋଟିସ୍ ଜାରି କରିଛନ୍ତି। ସେପ୍ଟେମ୍ବର 7 ସୁଦ୍ଧା ଏହାର ପ୍ରତିକ୍ରିୟା ଦାଖଲ କରିବାକୁ କୋର୍ଟ CBSE କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

କମ୍ପାର୍ଟମେଣ୍ଟ ପରୀକ୍ଷା ବାତିଲ ଆବେଦନ ଉପରେ ସିବିଏସଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ସିବିଏସଇ କମ୍ପାର୍ଟମେଣ୍ଟ ପରୀକ୍ଷା ବାତିଲ ଆବେଦନ ଉପରେ ସୁପ୍ରିମକୋର୍ଟ ବୋର୍ଡକୁ ନୋଟିସ ଜାରି କରିଛି । କୋରୋନା ସମୟରେ ସେପ୍ଟେମ୍ବର ସୁଦ୍ଧା କିପରି ପରୀକ୍ଷା ଶେଷ କରିବାକୁ ପ୍ରସ୍ତୁତି କରାଯାଇଛି ସେନେଇ ସେନେଇ ବୋର୍ଡକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ଅନିକା ସମ୍ବେଦୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ନୋଟିସ ଜାରି କରିଛନ୍ତି। ସେପ୍ଟେମ୍ବର 7 ସୁଦ୍ଧା ଏହାର ପ୍ରତିକ୍ରିୟା ଦାଖଲ କରିବାକୁ କୋର୍ଟ CBSE କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେପ୍ଟେମ୍ବର 10ରେ ମାମଲାର ଶୁଣାଣି କରାଯିବ ।

ସିବିଏସ୍ଇ ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତରେ ଦାଖଲ କରି କହିଛି ଯେ ଏହା କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ କେନ୍ଦ୍ର ସଂଖ୍ୟାକୁ 1278 କୁ ବୃଦ୍ଧି କରିଛି। ଗୋଟିଏ ରୁମରେ 12 ଜଣ ଛାତ୍ରଛାତ୍ରୀଙ୍କୁ ବସିବାକୁ ଦିଆଯିବ । ଏହା ଦ୍ବାରା ସାମାଜିକ ଦୂରତା ବଜାୟୀ ରହିବ । ଏପରିକି ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା ଆପଣାଯାଇଛି ।

ଦଶମ ଶ୍ରେଣୀରେ ପାଖାପାଖି 1.5 ଲକ୍ଷ ଛାତ୍ର ଏବଂ ଦ୍ୱାଦଶ ଶ୍ରେଣୀର ପ୍ରାୟ 87000 ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.