ETV Bharat / bharat

କୋରୋନା ଲକଡାଉନରେ 539 ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ

author img

By

Published : Apr 28, 2020, 5:55 PM IST

ତେବେ ଦେଶବ୍ୟାପୀ ଲକଡାଉନ ସମୟରେ 593 ମାମଲାର ଶୁଣାଣି ଏବଂ 215 ମାମଲାର ରାୟ ପ୍ରକାଶ କରିଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତଥା ସୁପ୍ରମିକୋର୍ଟ । ଆଉ ଏସବୁ ମାମଲାର ଶୁଣାଣି ଓ ରାୟ ପ୍ରକାଶ କୋର୍ଟ ରୁମ୍‌ରେ ନହେଁ ବରଂ ଭିଡିଓ କନଫରେନ୍ସ ଜରିଆରେ ହୋଇଛି । ଅଧିକ ପଢନ୍ତୁ...

କୋରୋନା ଲକଡାଉନରେ 539 ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ
କୋରୋନା ଲକଡାଉନରେ 539 ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ

ହାଇଦ୍ରାବାଦ: କୋରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଜାରି ରହିଛି ଲକଡାଉନ । ଗାଡିମୋଟର ଠୁ ନେଇ ଦୋକାନ ବଜାର, ସପିଂମଲ୍‌ ସମେତ ବିଭିନ୍ନ ଅଫିସ ମଧ୍ୟ ବନ୍ଦ ରହିଛି । କୋରୋନା ସଙ୍କଟ ସତ୍ତ୍ବେ ନ୍ୟାୟପାଳିକା କିନ୍ତୁ ଏହାର କାର୍ଯ୍ୟ ଜାରି ରଖିଛି । ତେବେ ଦେଶବ୍ୟାପୀ ଲକଡାଉନ ସମୟରେ 593 ମାମଲାର ଶୁଣାଣି ଏବଂ 215 ମାମଲାର ରାୟ ପ୍ରକାଶ କରିଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତଥା ସୁପ୍ରମିକୋର୍ଟ । ଆଉ ଏସବୁ ମାମଲାର ଶୁଣାଣି ଓ ରାୟ ପ୍ରକାଶ କୋର୍ଟ ରୁମ୍‌ରେ ନହେଁ ବରଂ ଭିଡିଓ କନଫରେନ୍ସ ଜରିଆରେ ହୋଇଛି ।

ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଲକଡାଉନ ଲାଗୁ ହେବାର 2 ଦିନ ପୂର୍ବରୁ ତଥା ମାର୍ଚ୍ଚ 23ରେ ମକଦ୍ଦମାକାରୀ ଏବଂ ଆଇନଜୀବୀଙ୍କ ପାଇଁ ଏହାର କବାଟକୁ ବନ୍ଦ କରିଦେଇଥିଲେ । ହେଲେ ବନ୍ଦ ହୋଇନଥିଲା ନ୍ୟାୟାଳୟର କାର୍ଯ୍ୟପ୍ରଣାଳୀ । ଏକ ନୂଆ ରୂପରେ ଆରମ୍ଭ ହୋଇଥିଲା କୋର୍ଟର ଶୁଣାଣି । ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି କରିଥିଲେ ନ୍ୟାୟାଧୀଶ ।

ସାଧାରଣ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ମାସକୁ ହାରାହାରି 3500 ମାମଲାର ସମାଧାନ କରନ୍ତି। ସେହିପରି ସାଧାରଣ ସମୟରେ ସୁପ୍ରମିକୋର୍ଟର 16ଟି ବେଞ୍ଚ୍‌ ଶୁଣାଣି କରୁଥିବା ବେଳେ ଲକଡାଉନ୍ ଅବଧିରେ ମାତ୍ର 2ରୁ 3ଟି ବେଞ୍ଚ୍‌ କେବଳ ଜରୁରୀ ମାମଲାର ଶୁଣାଣି କରୁଛନ୍ତି ।

କୋର୍ଟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ମାର୍ଚ୍ଚ 23ରୁ ଏପ୍ରିଲ୍ 24 ମଧ୍ୟରେ 17 ଟି କାର୍ଯ୍ୟ ଦିବସରେ ମୋଟ 87ଟି ବେଞ୍ଚ 593ଟି ମାମଲାର ଶୁଣାଣି କରିଥିଲେ। ଯଦିଓ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଲକଡାଉନର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ 25 ରୁ ଆରମ୍ଭ ହୋଇଥିଲା, ହେଲେ ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ 23ରେ ଏହାର କୋର୍ଟ ପରିସରରେ ଓକିଲ ତଥା ମକଦ୍ଦମାକାରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଏକ ସର୍କୁଲାର ଜାରି କରିଥିଲେ।

କୋର୍ଟଙ୍କ ସର୍କୁଲାରରେ ଅନୁସାରେ ଲକଡାଉନ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟ କେବଳ ଅତି ଜରୁରୀକାଳୀନ ମାମଲାର ଶୁଣାଣି କରିବେ । ସର୍ବୋଚ୍ଚ ଅଦାଲତ ଦ୍ବାରା ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ ଏପ୍ରିଲ୍ 24 ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟ 84 ଟି ପୂନର୍ବିଚାର ଯାଚିକାର ସମାଧାନ କରାଯାଇଛି । ସେହିପରି 87ଟି ବେଞ୍ଚ୍‌ ମଧ୍ୟରୁ 34ଟି ବେଞ୍ଚ୍‌ ମୁଖ୍ୟ ମାମଲାର ଶୁଣାଣି କରିଥିବାବେଳେ 53ଟି ବେଞ୍ଚ୍‌ ରିଭ୍ୟୁ ପିଟିସନର ସମାଧାନ କରିଥିଲେ ।

ତେବେ ଲକଡାଉନ ଅବଧି ମଧ୍ୟରେ 24 ଏପ୍ରିଲସୁଦ୍ଧା 390ଟି ଜରୁରୀ ମାମଲାର ଶୁଣାଣି ହୋଇଥିବା ବେଳେ 203ଟି ସଂଯୁକ୍ତ ମାମଲାର ଶୁଣାଣି ହୋଇଥିବା ତଥ୍ୟରେ ଦର୍ଶାଯାଇଛି।ସେହିପରି ଏହି ସମୟ ମଧ୍ୟରେ 215ଟି ମାମଲାରେ ରାୟ ପ୍ରକାଶ କରାଯାଇଛି । ଏଥିମଧ୍ୟରୁ 174ଟି ସଂଯୁକ୍ତ ମାମଲା ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ସମୟରେ ଆଇନଜୀବୀମାନେ ସମ୍ମୁଖୀନ ହେଉଥିବା ଯାନ୍ତ୍ରୀକ ତ୍ରୃଟି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଆଇନଜୀବୀଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟରେ ଇଣ୍ଟରନେଟ୍ ସଂଯୋଗ ସମସ୍ୟା ରହୁଛି । ସୂତ୍ରରୁ ପ୍ରକାଶ ଯେ ସୁପ୍ରିମକୋର୍ଟର ଯେଉଁ ବିଚାରପତିମାନେ ସେମାନଙ୍କ ବାସଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି କରୁଛନ୍ତି, ସେମାନଙ୍କ ବାସଭବନରେ 100Mbps ବେଗରେ ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦିଆଯାଇଛି ।

ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରକାଶିତ ବାର୍ଷିକ ରିପୋର୍ଟ 2018-19 ଅନୁଯାୟୀ ଗତ ବର୍ଷ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ମୋଟ 34,653 ଟି ମାମଲା ରୁଜୁ ହୋଇ ହୋଇଥିଲା ଯାହାକି ହାରାହାରି 3,465 ରହିଛି ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.