ETV Bharat / bharat

ପୂର୍ବତନ ଆଇପିଏସ ଭାରତୀ ଘୋଷଙ୍କୁ ଆଶ୍ୱସ୍ତି, ଗିରଫ ହେବେନି

ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ ଭାରତୀ ଘୋଷଙ୍କୁ ଆଶ୍ୱସ୍ତି । କୌଣସି ମାମଲାରେ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ ।

author img

By

Published : Feb 19, 2019, 3:51 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଗିରଫ ହେବେନି ପୂର୍ବତନ ଆଇପିଏସ ଭାରତୀ ଘୋଷ । ତାଙ୍କ ନାଁରେ ହୋଇଥିବା କୌଣସି ବି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । ନିକଟରେ ବିଜେପିରେ ଯୋଗ ଦେଇଥିବା ଭାରତୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

ଆଜି ଜଷ୍ଟିସ ଏକେ ସିକ୍ରିଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଭାରତୀଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି 3 ସପ୍ତାହ ପରେ ହେବ ବୋଲି ଜଣାଇଛନ୍ତି । ସୂଚନାଯୋଗ୍ୟ, ଭାରତୀଙ୍କ ନାଁରେ ମୋଟ 10ଟି ମାମଲା ରୁଜୁ କରିଛନ୍ତି ପଶ୍ଚିମବଙ୍ଗ ସରକାର । ତାଙ୍କ କହିବା ମୁତାବକ ପୂର୍ବରୁ 7ଟି ମାମଲାରେ ତାଙ୍କୁ ସୁରକ୍ଷା ମିଳିସାରିଛି । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ମମତା ସରକାର ତାଙ୍କ ନାଁରେ ଆଉ ତିନୋଟି ମାମଲା ଦାଖଲ କରିଥିଲେ । ତେବେ ଆଜି କୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଆସିଛି ।

ଏହି ପୂର୍ବତନ ଆଇପିଏସ ନିକଟରେ ଫେବୃଆରୀ 4 ତାରିଖରେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଅତ୍ୟନ୍ତ ବିଶ୍ୱସ୍ଥ ଥିଲେ । ଏପରିକି 2014ରେ ତାଙ୍କୁ ମମତା ସେବା ପଦକ ପ୍ରଦାନ କରି ସମ୍ମାନିତ କରିଥିଲେ । ତେବେ ତାଙ୍କ ନାଁରେ ସୁନା ଠକେଇ ଏବଂ ଅନ୍ୟାନ୍ୟ ଦୁର୍ନୀତି ମାମଲା ଉଠିଛି । ଯାହାକି ବର୍ତ୍ତମାନ କୋର୍ଟରେ ବିଚାରାଧିନ ରହିଛି । ମମତାଙ୍କ ସହ ବିବାଦ ପରେ ଏବେ ସୁରକ୍ଷା ପାଇଁ ଭାରତୀ ପଦ୍ମ ଧରିଥିବା ନେଇ ଜୋରଦାର ଚର୍ଚ୍ଚା ।

undefined

SLUG- SAMBALPUR BANDHA FOR SAHEED.
FORMAT-AVB-
REPORTER-BADSAH JUSMAN RANA
DATE-18-02-19.
PLACE-SAMBALPUR.

ANCHOR-  ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଆଜି ସାରା ଦେଶ ସହିତ ସମ୍ବଳପୁର ମଧ୍ୟ ବନ୍ଦ ରହିଛି। ଆଜି ସକଳୁ ସମ୍ବଳପୁର ର ଛୋଟ ବଡ଼ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଗତ 14 ତାରିଖରେ  କାଶ୍ମୀର ର ଫୁଲବାମା ଠାରେ ହୋଇଥିବା ଅତନ୍ଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଆଜି ଦେଶ ତମାମ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ଡାକରା  ଦିଆଯାଇଛି। ଆଜିର  ବନ୍ଦ ପାଇଁ କୌଣସି ପ୍ରକାର ପ୍ରଚାର ପ୍ରସାର ନକରାଯାଇଥିଲେ ମଧ୍ୟ ସମ୍ବଲପୁର ରେ ଏହା ସଫଳ ରହିଛି। ଏହି ଅବସରରେ କାଶ୍ମୀରରୁ ଧାରା 370 କୁ ଉଠାଇଦେବାକୁ ଦାବି ହୋଇଛି।ଏପଟେ ଆଜି ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନେ ମଧ୍ୟ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶଭଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ବାଇଟ- 1- ଯସବୀର ହୁରା, ବ୍ୟବସାୟୀ।
ବାଇଟ-2- ସ୍କୁଲ ଛାତ୍ର।
ବାଇଟ-3-ସ୍କୁଲ ଛାତ୍ର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.