ETV Bharat / bharat

ଫେସବୁକ ଅଧିକାରୀଙ୍କୁ ଜାରି ସମନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

author img

By

Published : Sep 23, 2020, 4:57 PM IST

ଫେସବୁକର ଭାଇସ ପ୍ରେସିଡେଣ୍ଟ ଅଜିତ ମୋହନଙ୍କ ବିରୋଧରେ 15 ଅକ୍ଟୋବର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକାରର ଉଲ୍ଲଂଘନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଫେସବୁକ ଅଧିକାରୀଙ୍କୁ ଜାରି ସମନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଫେସବୁକ ଅଧିକାରୀଙ୍କୁ ଜାରି ସମନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫେସବୁକ ବିବାଦକୁ ନେଇ ଆସିଛି ବଡ ଖବର । ଦିଲ୍ଲୀ ବିଧାନସଭାର କମିଟି ପକ୍ଷରୁ ଫେସବୁକକୁ ଜାରି ସମନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଫେସବୁକର ଭାଇସ ପ୍ରେସିଡେଣ୍ଟ ଅଜିତ ମୋହନଙ୍କ ବିରୋଧରେ 15 ଅକ୍ଟୋବର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଦେଶ ଦେଇଛନ୍ତି ।

ଦିଲ୍ଲୀ ବିଧାନସଭା କମିଟି ଦିଲ୍ଲୀ ହିଂସା ସମୟରେ ଉତ୍ତେଜନାମୂଳକ ପୋଷ୍ଟ ଉପରେ ପ୍ରତିବନ୍ଧକ ଲଗାଇବାରେ ବିଫଳତାକୁ ନେଇ ଫେସବୁକ ଅଧିକାରୀଙ୍କୁ ନୋଟିସ ପଠାଇଥିଲା । ତେବେ ଅଧିକାରୀ ଉପସ୍ଥାପିତ ନ ହେଲେ ଅଧିକାରର ଉଲ୍ଲଂଘନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ନିଜ ଆଦେଶରେ କହିଥିଲେ ।

ଫେସବୁକ ପକ୍ଷରୁ ହରିଶ ସାଲଭେ ଏବଂ ମୁକୁଲ ରୋହତଗୀ ଯୁକ୍ତି କରିଥିଲେ । ସେ କହିଛନ୍ତି ଯେ ବିଧାନସଭା କମିଟିର କାର୍ଯ୍ୟ ବିଶେଷ ଅଧିକାର ଅଧୀନରେ ଆସେ ନାହିଁ । ହିଂସା ସୃଷ୍ଟି କରୁଥିବା ଅଭିଯୋଗରେ କମିଟି ଆମକୁ ଅଭିଯୁକ୍ତ ନଜରରେ ଦେଖୁଛି । ଆମକୁ ଧମକ ଦିଆଯାଉଛି ବୋଲି ସାଲଭେ କହିଛନ୍ତି । ଅନ୍ୟପକ୍ଷେ କମିଟିର ପରାମର୍ଶଦାତା ଅଭିଷେକ ସିଂହୱି ଯୁକ୍ତି କରିଛନ୍ତି ଯେ ତାଙ୍କୁ ଅଭିଯୁକ୍ତ ନୁହେଁ ବରଂ ସାକ୍ଷୀ ଭାବରେ ଡକାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.