ETV Bharat / bharat

ସୁପ୍ରିମକୋର୍ଟରେ କେନ୍ଦ୍ରୀୟ ଆଇନ: ସମୟ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନୋଟିସ - supreme court news

ସାଧାରଣ ଜନତାଙ୍କ ହିତ ପାଇଁ କେନ୍ଦ୍ରୀୟ କାର୍ଯ୍ୟ, ନିୟମ, ବିଜ୍ଞପ୍ତି, ନିୟମାବଳୀ ଇତ୍ୟାଦିର ପ୍ରାମାଣିକ, ସଠିକ ଏବଂ ଯୁକ୍ତିଯୁକ୍ତ ମୂଲ୍ୟର ହାର୍ଡ କପି ପ୍ରକାଶ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏଥିରେ କେନ୍ଦ୍ର ଅଳସୁଆମି ଦେଖାଉଥିବା ବେଳେ ଏହାର ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

SC asks Centre to respond on plea on hard copies of Central Acts

author img

By

Published : May 23, 2020, 11:42 AM IST

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ହିତ ପାଇଁ କେନ୍ଦ୍ରୀୟ କାର୍ଯ୍ୟ, ନିୟମ, ବିଜ୍ଞପ୍ତି, ନିୟମାବଳୀ ଇତ୍ୟାଦିର ପ୍ରାମାଣିକ, ସଠିକ ଏବଂ ଯୁକ୍ତିଯୁକ୍ତ ମୂଲ୍ୟର ହାର୍ଡ କପି ପ୍ରକାଶ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏଥିରେ କେନ୍ଦ୍ର ଅଳସୁଆମି ଦେଖାଉଥିବା ବେଳେ ଏହାର ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

ତେବେ ଓକିଲ ଅର୍ପିତ ଭର୍ଗାଭାଙ୍କ ଦ୍ବାରା ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ କେନ୍ଦ୍ର ସରକାଙ୍କ ଜାରି କରାଯାଉଥିବା ନିୟମ ବିଷୟରେ ନାଗରିକଙ୍କ ଜାଣିବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବ ନାହିଁ । ବିଭିନ୍ନ ନିୟମ ଉପରେ ପ୍ରକାଶନ ଅଧିକାର ଏବଂ ସେମାନଙ୍କର ସର୍ବଶେଷ ସଂଶୋଧନ କିଛି ବେସରକାରୀ ବ୍ୟବସାୟୀଙ୍କ ହାତରେ ସୀମିତ ବୋଲି ଏହି ଆବେଦନରେ ଦର୍ଶାଯାଇଛି । ସେମାନେ ଏକଚାଟିଆ ନୀତି ଆପଣାଇ ନିଜ ଇଚ୍ଛାରେ ପୁସ୍ତକ ଗୁଡିକ ଛାପୁଛନ୍ତି ଏବଂ ଏହାର ଅଧିକ ମୂଲ୍ୟ ମଧ୍ୟ ନେଉଛନ୍ତି ବୋଲି କୁହାଯାଇଛି ।

ମୁଖ୍ୟ ବିଚାରପତି ଏସ୍ ବେବେଡେଙ୍କ ନେତୃତ୍ୱରେ ଏକ ବେଞ୍ଚ ଦିଲ୍ଲୀ ହାଇକୋର୍ଟଙ୍କ ନଭେମ୍ବର 2019 ଆଦେଶ ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣୀ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଆଇନ, ନିୟମ, ନିୟମାବଳୀ ଏବଂ ନୀତି ଅନୁଯାୟୀ ଯଦି ତ୍ରୁଟିପୂର୍ଣ୍ଣ ପ୍ରକାଶ ହୁଏ ତେବେ ପ୍ରକାଶକଙ୍କ ବିରୋଧରେ କପିରାଇଟ୍ ଆକ୍ଟ, 1957 ଅନୁଯାୟୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନ ଉପରେ ନିଜର ପ୍ରତିକ୍ରିୟା ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି । ହାଇକୋର୍ଟ ନୀତି, ନିୟମାବଳୀକୁ ବିଚାର କରିବାରେ ବିଫଳ ହେଉଛନ୍ତି ଫଳରେ ସାଧାରଣ ଜନତା ଏହାର କ୍ଷତି ସହୁଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.