ETV Bharat / bharat

ଶ୍ରମିକଙ୍କୁ ଗାଁକୁ ପଠାଇବା ପ୍ରସଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ପାଇଁ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜୁନ୍ 9 ଆଦେଶର ଅନୁପାଳନ ସୁନିଶ୍ଚିତ କରିବା ଏବଂ ଗାଁକୁ ଯିବାକୁ ଚାହୁଁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପରିବହନ ସୁବିଧା ଯୋଗାଇବାକୁ କହିଛନ୍ତି ।

author img

By

Published : Jun 19, 2020, 8:05 PM IST

sc
ଜୁନ 9 ଆଦେଶ ଅନୁପାଳନ ସୁନିଶ୍ଚିତ କରିବାକୁ କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜୁନ୍ 9 ଆଦେଶର ଅନୁପାଳନ ସୁନିଶ୍ଚିତ କରିବା ଏବଂ ଗାଁକୁ ଯିବାକୁ ଚାହୁଁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗାଁକୁ ପଠାଇବାକୁ କହିଛନ୍ତି । ଶ୍ରମିକଙ୍କ ଯାତ୍ରା ଏବଂ ପରିବହନର ସମସ୍ତ ଦାୟିତ୍ବ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ସର୍ବୋଚ୍ଚ ଅଦାଲତର ଏକ ବେଞ୍ଚ କୋରୋନା ମହମାରୀ ଲକଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କିତ ମାମଲାରେ ନିଜ ଆଡୁ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ । ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଜୁନ୍ 9ର ଆଦେଶ ସ୍ପଷ୍ଟ ଅଟେ । ଏଣୁ କେନ୍ଦ୍ର ସରକାର ଏବଂ ରାଜ୍ୟମାନଙ୍କୁ 15 ଦିନ ମଧ୍ୟରେ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଘରେ ପହଞ୍ଚିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଯେପରି କୌଣସି ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟ, ଗାଁ ଏବଂ ସହର ଯିବାକୁ କୌଣସି ଫି ନଦିଅନ୍ତି ସେନେଇ କୋର୍ଟ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୁନିଶ୍ଚିତ କରିବାକୁ କହିଛନ୍ତି।

ଧାର୍ଯ୍ୟ ସମୟ ଅବଧି ସରିବାର କିଛି ଦିନ ପୂର୍ବରୁ କୋର୍ଟ ଏହି ମାମଲାର ଶୁଣାଣି କରି ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ଜୁନ୍ 9 ତାରିଖର ଆଦେଶ ପାଳନ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ କଥା ହେବାକୁ କହିଥିଲେ । ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ନିର୍ଦ୍ଦେଶର ଉଚିତ ପ୍ରଚାର କରାଯାଉ । ଆଗାମୀ ଜୁଲାଇରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସ୍ଥିର କରାଯାଇଛି ।

ପ୍ରକାଶ ଥାଉକି, ଗତ ଜୁନ 9ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି 15 ଦିନ ମଧ୍ୟରେ ସେମାନଙ୍କୁ ଘରକୁ ପଠାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.