ETV Bharat / bharat

ରଞ୍ଜନ ଗୋଗେଇ ମାମଲାର ଶୁଣାଣିରେ ଉପସ୍ଥିତ ରହିବେ ସିବିଆଇ

ମାମଲାର ଶୁଣାଣିରେ ଖଣ୍ଡପୀଠ ସିବିଆଇର ମୁଖ୍ୟ, ଗୁଇନ୍ଦା ବିଭାଗର ମୁଖ୍ୟ ଏବଂ ଦିଲ୍ଲୀ ପୋଲିସ ମୁଖ୍ୟଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ଜାରି କରିଛନ୍ତି ।

author img

By

Published : Apr 25, 2019, 1:05 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ମାମଲାର ଶୁଣାଣିରେ ତିନି ସଂସ୍ଥାର ମୁଖ୍ୟଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ।

ଏହି ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ରୋହିନ୍ତନ ନାରିମାନ ଏବଂ ଦୀପକ ଗୁପ୍ତା । ଏକ ଦସ୍ତାବିଜରେ ଲିଖିତ ରହିଛି କି ସମ୍ପୃକ୍ତ କେସ୍ଟିକୁ ସମାଧାନ କରିବା ପାଇଁ ଓକିଲ ଉତ୍ସବ ବେନ୍ସ ଦେଢ କୋଟି ଟଙ୍କା ମାଗିଥିଲେ । ଯାହା ଫଳରେ ରଞ୍ଜନ ଗୋଗେଇଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲାକୁ ରଫାଦଫା କରିଥାନ୍ତେ ।

ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାରେ ବେନ୍ସଙ୍କ ପାଖକୁ ହାଜର ହେବା ପାଇଁ ଏକ ନୋଟିସ୍ ପଠାଇଥିଲେ । କିନ୍ତୁ ସେ ନୋଟିସ ସତ୍ତ୍ବେ କୋର୍ଟରେ ଅନୁପସ୍ଥିତ ଥିଲେ ।

ଦସ୍ତାବିଜର 17ନମ୍ବର ପାରାରେ ବେନ୍ସ ଏପ୍ରିଲ 19 ତାରିଖରେ କହିଛନ୍ତି ଏହା ହେଉଛି ସାଂଘାତିକ ଘଟଣା । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମରେ ଯେତେବେଳେ ଏପରି ଅଭିଯୋଗ ଆସୁଛି ଏହା ଅତନ୍ତ୍ୟ ଦୁର୍ଭାଗ୍ୟଜନକ । ତେଣୁ ଏଭଳି ମାମଲାର ଶୁଣାଣିରେ ଖଣ୍ଡପୀଠ ସିବିଆଇର ମୁଖ୍ୟ, ଗୁଇନ୍ଦା ବିଭାଗର ମୁଖ୍ୟ ଏବଂ ଦିଲ୍ଲୀ ପୋଲିସ ମୁଖ୍ୟଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ଜାରି କରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.