ETV Bharat / bharat

ଶାହିନବାଗ ପ୍ରତିବାଦ: ରାସ୍ତା ଖୋଲିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଏର

author img

By

Published : Feb 23, 2020, 6:53 PM IST

ଶାହିନବାଗର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପାଇଁ ନିଯୁକ୍ତ ହୋଇଥିବା ଆଲୋଚକଙ୍କ ମଧ୍ୟରୁ ୱଜାହତ୍ ହବିବୁଲ୍ଲା ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି । ଅଧିକ ପଢନ୍ତୁ...

Shaheen Bagh protest
ଶାହିନବାଗ ପ୍ରତିବାଦ

ନୂଆଦିଲ୍ଲୀ: ଶାହିନବାଗର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପାଇଁ ନିଯୁକ୍ତ ହୋଇଥିବା ଆଲୋଚକଙ୍କ ମଧ୍ୟରୁ ୱଜାହତ୍ ହବିବୁଲ୍ଲା ସୁପ୍ରିମକୋର୍ଟରେ ଏକ ଯାଚିକା ଦାଏର କରିଛନ୍ତି । ଏହି ଯାଚିକାରେ ସିଏଏ ବିରୋଧରେ ବନ୍ଦ କରାଯାଇଥିବା ରାସ୍ତା ଖୋଲିବା ପାଇଁ ଏକ ବିକଳ୍ପ ସମାଧାନ ବିଷୟରେ କୁହାଯାଇଛି । କିଛି ରାସ୍ତାରେ ରଖାଯାଇଥିବା ବ୍ୟାରିକେଟକୁ ହଟାଇବା ପାଇଁ ଯାଚିକାରେ ଉଲ୍ଲେଖ କରାଯାଇଛି ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହବିବୁଲ୍ଲା ପ୍ରଥମେ ଶାହିନବାଗ ଧାରଣାସ୍ଥଳକୁ ଯାଇଥିଲେ ଓ ପରେ ଯାଚିକା ଦାଏର କରିଥିଲେ । ଶାହିନବାଗକୁ ଘେରି ପୋଲିସ 5ଟି ସ୍ଥାନରେ ବ୍ୟାରିକେଟ ଲଗାଇଛି । ଯଦି ଏହି ବ୍ୟାରିକେଟ ସବୁ ଉଠାଯାଏ ତେବେ ଟ୍ରାଫିକ ଚଳାଚଳରେ ସୁଧାର ଆସିପାରିବ ବୋଲି ସେ କହିଛନ୍ତି ।

ସରକାର ସିଏଏ, ଏନଆରସି ଓ ଏନପିଆରକୁ ନେଇ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ଜରୁରୀ ବୋଲି ହବିବୁଲ୍ଲା ସୂଚନା ଦେଇଛନ୍ତି । ହବିବୁଲ୍ଲାଙ୍କ ସମେତ ସଞ୍ଜୟ ହେଗଡେ ଓ ସାଧାନା ରାମଚନ୍ଦ୍ରନଙ୍କୁ ମଧ୍ୟ ଶାହିନବାଗର ପରିସ୍ଥିତିକୁ ବୁଝି ପ୍ରଦର୍ଶନକାରୀଙ୍କ ସମସ୍ୟା ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଛନ୍ତି ।

ଆଇଏଏନଏସ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.