ନୂଆଦିଲ୍ଲୀ: ବନ୍ଦ ହୋଇଯାଇଛି ଏସବିଆଇର ଅନଲାଇନ ବ୍ୟାଙ୍କିଙ୍ଗ ସେବା । ଅନଲାଇନ ଟ୍ରାଞ୍ଜାକସନ ବେଳେ ଅସୁବିଧାରେ ପଡିଥିଲେ ଗ୍ରାହକ । ଫଳରେ ଏନେଇ ଏସବିଆଇକୁ ଟ୍ବିଟ କରି ସମସ୍ୟା ବିଷୟରେ ଅବଗତ କରାଇଥିଲେ ।
ଏସବିଆଇ ପକ୍ଷରୁ ରିଟ୍ବିଟ କରାଯାଇ ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବା ନେଇ କୁହାଯାଇଛି । ଶନିବାର ଠାରୁ ଏହି ସେବାରେ ଦେଖାଦେଇଥିଲା ସମସ୍ୟା । କେବଳ ନେଟ ବ୍ୟାଙ୍କିଙ୍ଗ ନୁହେଁ ଫୋନ ପେ, ୟୋନୋ, ପେଟିଏମ ଭଳି ପେମେଣ୍ଟ ଆପ ମଧ୍ୟ ଠିକରେ କାମ କରୁନଥିଲା । ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଆରମ୍ଭ ହୋଇଥିବା ବେଳେ ଅନ୍ୟ ପେମେଣ୍ଟ ଆପମରେ ଟ୍ରାଞ୍ଜାକସନ କରିବା ସମ୍ଭବ ହେଉନାହିଁ ।