ETV Bharat / bharat

ବିହାର ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ; ଶନିବାରଠୁ ବସିବ ରାଜ୍ୟ କାର୍ଯ୍ୟକାରିଣୀ

ବିହାର ବିଧାନସଭା ପାଇଁ ବିଜେପିର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ନିର୍ବାଚନ ତାରିଖ ଘୋଷଣା ପରେ ଦଳ ଘୋଷଣା କରିବ ପ୍ରାର୍ଥୀ ଘୋଷଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bihar
bihar
author img

By

Published : Aug 21, 2020, 10:40 PM IST

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ପ୍ରସ୍ତୁତି ଜୋରଦାର ଜାରି ରହିଛି । ନିର୍ବାଚନ ପାଇଁ ଏବେ ରାଜ୍ୟରେ ପ୍ରତିମୁହୂର୍ତ୍ତରେ ବଦଳୁଛି ସମୀକରଣ । ଆଉ ଏହି ପ୍ରସ୍ତୁତିରେ ପଛରେ ପଡିନାହିଁ ଭାରତୀୟ ଜନତା ପାର୍ଟି ବିଜେପି ।

ଦଳର ରାଜ୍ୟ ଶାଖା କାର୍ଯ୍ୟକାରୀଣି ଆସନ୍ତାକାଲି (ଶନିବାର ଓ ରବିବାର) ଅନୁଷ୍ଠିତ ହେଉଛି । କାର୍ଯ୍ୟକାରୀଣିରେ ରାଜ୍ୟ ଶାଖାର ବରିଷ୍ଠ ନେତା, ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ସାଂସଦ, ଜିଲ୍ଲା ସଭାପତି ସମେତ କେନ୍ଦ୍ରୀୟ ପ୍ରତିନିଧି ଯୋଗ ଦେବେ । ସେହିପରି ଅନ୍ତିମ ଦିବସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ଯଦିଓ ଭର୍ଚୁଆଲ ମାଧ୍ୟମରେ ହେବ ତଥାପି ଦଳ ସମସ୍ତଙ୍କୁ ଯୋଡିବାକୁ ଯୋଜନା କରିଛି ।

ଏସମ୍ପର୍କରେ ରାଜ୍ୟ ଶାଖା ସଭାପତି ସଞ୍ଜୟ ଜୟସ୍ବାଲ ସୂଚନା ଦେଇ କହିଛନ୍ତି ଦଳରେ ମୁଖ୍ୟତଃ ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହେବ । ଦଳର ବିଧାୟକ ପ୍ରାର୍ଥୀ ଆସନ ବୁଝାମଣା ମେଣ୍ଟ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଆଲୋଚନା ହେବ । ଏହାବାଦ ଦଳର ପ୍ରାର୍ଥୀ ତାଳିକା ଉପରେ ମଧ୍ୟ ତର୍ଜମା ହେବ ବୋଲି ଜୟସ୍ବାଲ କହିଛନ୍ତି ।

ଖବର ଅନୁସାରେ ରାଜ୍ୟରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ଦଳ ପୁରା ପ୍ରସ୍ତୁତି କରିସାରିଛି । ଦଳର ପ୍ରାର୍ଥୀ ତାଳିକା ଉପରେ ମଧ୍ୟ ପ୍ରାରମ୍ଭିକ ଆଲୋଚନା ସରିଛି । କେବଳ ନିର୍ବାଚନ ତାରିଖକୁ ଅପେକ୍ଷା କରାଯାଇଥିବା ରାଜ୍ୟ ନେତା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.