ETV Bharat / bharat

ମୁକୁଳିଲେ ଶଶିକଳା, ଏଣିକି କ’ଣ ହେବ ତାମିଲନାଡୁର ରାଜନୈତିକ ଦୃଶ୍ୟପଟ୍ଟ ?

ଭି.କେ.ଶଶିକଳା ଜେଲରୁ ମୁକୁଳିଛନ୍ତି ଏବଂ ଏକଦା ତାଙ୍କ ଠାରୁ ଛଡ଼ାଇ ନିଆଯାଇଥିବା ଦଳର ସାଧାରଣ ସଂପାଦକ ପଦବୀରେ ସେ ପୁଣି ପଦାସୀନ ହେବାର ସମସ୍ତ ସମ୍ଭାବନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 27, 2021, 10:52 PM IST

ମୁକୁଳିଲେ ଶଶିକଳା, ଏଣିକି କ’ଣ ହେବ ତାମିଲନାଡୁର ରାଜନୈତିକ ଦୃଶ୍ୟପଟ୍ଟ ?
ମୁକୁଳିଲେ ଶଶିକଳା, ଏଣିକି କ’ଣ ହେବ ତାମିଲନାଡୁର ରାଜନୈତିକ ଦୃଶ୍ୟପଟ୍ଟ ?

ହାଇଦ୍ରାବାଦ: ଚେନ୍ନାଇର ମାରିନା ବିଚ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜେ. ଜୟଲଳିତାଙ୍କ ସ୍ମୃତିପୀଠକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିବା ଦିନ ହିଁ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଚାରି ବର୍ଷ ଜେଲଦଣ୍ଡ ଭୋଗିବା ପରେ, ତାଙ୍କ ସହ ଅଭିଯୁକ୍ତ ଭି.କେ. ଶଶିକଳା ଜେଲରୁ ମୁକୁଳିଛନ୍ତି ଏବଂ ଏକଦା ତାଙ୍କଠାରୁ ଛଡ଼ାଇ ନିଆଯାଇଥିବା ଦଳର ସାଧାରଣ ସଂପାଦକ ପଦବୀରେ ସେ ପୁଣି ପଦାସୀନ ହେବାର ସମସ୍ତ ସମ୍ଭାବନା ସୃଷ୍ଟି ହୋଇଛି ।

ଶଶିକଳାଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ କ୍ଷମତାସୀନ ଏଆଇଏଡିଏମ୍‌କେ ଦଳର ସର୍ବୋଚ୍ଚ ପଦବୀ ମଣ୍ଡନ ନ କରିବା ପର୍ଯ୍ୟନ୍ତ ସେ ଚୁପ୍‌ ହୋଇ ବସିବେନି । ଏବେ ଏହି ଦଳ ଉପ ମୁଖ୍ୟମନ୍ତ୍ରୀ ଓ.ପନିରସେଲଭମ (ଓପିଏସ୍‌) ଏବଂ ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ. ପାଲାନିସାମୀ (ଇପିଏସ୍‌)ଙ୍କ ଦ୍ବୈତ ନେତୃତ୍ବରେ ପରିଚାଳିତ ହେଉଛି ।

ଓପିଏସ୍‌ ଏବଂ ଇପିଏସ୍‌ଙ୍କ ସହିତ ମତପାର୍ଥକ୍ୟକୁ ଭୁଲି ଆଗାମୀ ନିର୍ବାଚନରେ ମେଣ୍ଟର ସଫଳତା ଦିଗରେ ସହାୟତା କରିବା ଲାଗି ଶଶିକଳାଙ୍କ ପୁତୁରା ଟିଟିଭି ଦିନକରନ ଏବଂ ବିଜେପିର ତୁଙ୍ଗ ନେତାଙ୍କ ମଧ୍ୟରେ ଅନୌପଚାରିକ ବାର୍ତ୍ତାଳାପ ହୋଇଥିବା ସୂନଚା ମିଳିଛି ।

କ୍ଷମତା

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ, ଯଦି ବୁଝାମଣା ପାଇଁ ମଧ୍ୟସ୍ଥତାର ଏକ ଅଂଶ ରୂପରେ ତାଙ୍କୁ ଦଳର ଦାୟିତ୍ବ ଦିଆଯାଏ ତେବେ ସେ ତାହା ଗ୍ରହଣ କରିବେ । ଯଦି ଏହା ତାଙ୍କ ସପକ୍ଷରେ ନଯାଏ ତେବେ ସେ ଏଆଇଏଡିଏମ୍‌କେ ଦଳକୁ ପରାସ୍ତ କରିବା ସହିତ ଉଭୟ ଇପିଏସ୍‌ ଏବଂ ଓପିଏସ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଦିଗରେ କାମ କରିବେ । ଏହି ଉଦ୍ୟମର ପରିଣାମସ୍ବରୂପ ବହୁ ନେତା ଓ କର୍ମୀ ଦଳ ପରିତ୍ୟାଗ କରି ତାଙ୍କ ସପକ୍ଷରେ ଯିବେ ।

ଜଣେ ରାଜନୈତିକ ପର୍ଯ୍ୟବେକ୍ଷକ କହିଲେ ଯେ, “ଜୟଲଳିତାଙ୍କ ସହିତ ତାଙ୍କର ଘନିଷ୍ଠତା ହିଁ ଶଶିକଳାଙ୍କୁ ଦୋଷୀସାବ୍ୟସ୍ତ କରିବା ସହିତ ତାଙ୍କ ଜେଲଦଣ୍ଡର ଅନ୍ୟତମ କାରଣ ବୋଲି ସୃଷ୍ଟ ଧାରଣା, ଥେଭର ସଂପ୍ରଦାୟର ଦୁର୍ଗ ରୂପେ ବିବେଚିତ ଡେଲଟା କ୍ଷେତ୍ର ତଥା ସମଗ୍ର ଦକ୍ଷିଣାଞ୍ଚଳର ଅନେକ କ୍ଷେତ୍ରରେ ତାଙ୍କ ପାଇଁ ଅନୁକମ୍ପା ସୃଷ୍ଟି କରିଥିଲା । ଥରେ ସେମାନେ କ୍ଷମତାରୁ ବାହାରି ଗଲେ ଏଆଇଏଡିଏମ୍‌କେ ଦଳ ଭିତରେ ସମୀକରଣ ସଂପୂର୍ଣ୍ଣ ବଦଳିଯିବ ।”

ଶଶିକଳାଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିବା ଇପିଏସ୍‌, ଦଳର ଏବଂ ସରକାରଙ୍କର ଅଧିକାଂଶ କାର୍ଯ୍ୟକ୍ରମକୁ ନିଜେ ନିୟନ୍ତ୍ରଣ କରନ୍ତି । ହେଲେ, ଶଶିକଳାଙ୍କ ଦ୍ବାରା ନୁହେଁ, ବରଂ ଏଆଇଏଡିଏମ୍‌କେ ବିଧାୟକ ଦଳର ନେତା ରୂପେ ତାଙ୍କୁ ବିଧାୟକମାନେ ବାଛିଛନ୍ତି ବୋଲି ସେ କହିଆସୁଛନ୍ତି ।

ଯଦିଓ ଉଭୟ ଇପିଏସ୍‌ ଏବଂ ଓପିଏସ୍‌ ଏକାଠି କାମ କରୁଥିବାର ସଂକେତ ଦିଅନ୍ତି, ତଥାପି କ୍ଷମତା ପାଇଁ ଦୁହିଁଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବା କଥା ସଂପର୍କରେ ଦଳର ଆଭ୍ୟନ୍ତରୀଣ ମହଲ ବେଶ୍‌ ସଚେତନ ଅଛନ୍ତି । ଓପିଏସ୍‌ଙ୍କ କାର୍ଯ୍ୟକଳାପରୁ ବି ଏହାର ପ୍ରମାଣ ମିଳେ । ଜାତୀୟ ସ୍ତରରେ କ୍ଷମତାସୀନ ଦଳ ସହ ତାଙ୍କର ଘନିଷ୍ଠତା ଏବଂ ଖୋଦ୍‌ ଜୟଲଳିତା ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପସନ୍ଦ କରିଥିବା କଥା ଦର୍ଶାଇ ବିଭିନ୍ନ ଖବରକାଗଜ ଓ ଟିଭି ଚ୍ୟାନେଲରେ ପ୍ରସାରିତ ବ୍ୟକ୍ତିଗତ ବିଜ୍ଞାପନରୁ ଏହା ସ୍ପଷ୍ଟ ବୁଝିହୁଏ ।

ଆଇନର ଅଡୁଆ ଖିଅ

ଆଇନ ଅନୁସାରେ, ଏବେ ଶଶିକଳା ତାଙ୍କ ପୁତୁରା ଟିଟିଭି ଦିନକରନଙ୍କ ସହ କାର୍ଯ୍ୟ କରିପାରିବେ ନାହିଁ । ଏଆଇଏଡିଏମ୍‌କେ ଦଳର ନିର୍ବାଚନୀ ଚିହ୍ନ ଉପରେ ତାଙ୍କର ଅଧିକାର ଦାବି କରି ଶଶିକଳା କରିଥିବା ଆବେଦନ ଏବେ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ଥିବାରୁ ଏବଂ ଦିନକରନ ଏବେ ଏଏମ୍‌ଏମ୍‌କେ ଦଳର ସାଧାରଣ ସଂପାଦକ ରହିଥିବାରୁ ଆଇନ ଅନୁସାରେ ସେ ଏଏମ୍‌ଏମ୍‌କେ ଦଳକୁ ଖୋଲାଖୋଲି ସମର୍ଥନ କରିପାରିବେ ନାହିଁ ।

ଆର.କେ.ନଗର ବିଧାୟକ ଏବଂ ଏଏମ୍‌ଏମ୍‌କେ ଦଳର ସାଧାରଣ ସଂପାଦକ ଦିନକରନ ତାଙ୍କ ଖୁଡ଼ିଙ୍କୁ ପାଛୋଟି ଆଣିବାକୁ ଯାଇଥିଲେ ହେଁ ତାଙ୍କ ଭବିଷ୍ୟତ ଯୋଜନା ସଂପର୍କରେ ମୁହଁ ଖୋଲିନାହାନ୍ତି । ହେଲେ ଜେ. ଜୟଲଳିତାଙ୍କ ସ୍ମାରକୀ ଉଦ୍‌ଘାଟନକୁ ଉପଲକ୍ଷ୍ୟ କରି ସେ କହିଥିଲେ ଯେ ଏଆଇଏଡିଏମ୍‌କେ ଏହି ସମାରୋହ ପାଳନ କରୁଥିବାରୁ ସେ ଖୁସି । ଏହାର ନିହିତାର୍ଥ ହେଉଛି ଯେ, ସେ ଯୋଡ଼ା ପତ୍ର ନିର୍ବାଚନୀ ସଂକେତ ପାଇଁ ତାଙ୍କର ଆଇନଗତ ଲଢ଼େଇ ଜାରି ରଖିବେ ।

ଏଆଇଏଡିଏମ୍‌କେ, ଏଏମ୍‌ଏମ୍‌କେ ଉଭୟ ଦୃଢ଼ବିଶ୍ବାସୀ

ପୂର୍ବତନ ମନ୍ତ୍ରୀ ଓ ଏଆଇଡିଏମ୍‌କେର ମୁଖପାତ୍ର ଭାଇଗାଚେଲଭାନ୍‌ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଶଶିକଳାଙ୍କ ପ୍ରଭାବର ମୁକାବିଲା ପାଇଁ ସେମାନେ ରଣନୀତି ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏ ସପ୍ତାହ ଶେଷ ସୁଦ୍ଧା କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଶଶିକଳା ଚେନ୍ନାଇରେ ପହଞ୍ଚିବେ ବୋଲି ଆଶା କରାଯାଉଛି ।

ଶଶିକଳାଙ୍କ ବିରୋଧରେ ସ୍ବର ଉଠାଇ ଆସିଥିବା ଏଆଇଏଡିଏମ୍‌କେର ମୁଖପାତ୍ର ଆଇନଜୀବୀ ଆର.ଏମ. ବାବୁ ମୁରୁଗାଭେଲ କହନ୍ତି ଯେ, କୌଣସି ପ୍ରକାରରେ ଦଳ ତାଙ୍କର ନେତୃତ୍ବ କିମ୍ବା ଦିଗ୍‌ଦର୍ଶନ ଆବଶ୍ୟକ କରେନାହିଁ । ସେ କହିଲେ. “ସେ ଜଣେ ଦୋଷୀସାବ୍ୟସ୍ତ ବ୍ୟକ୍ତି, ଯେ କି ଜେଲ୍‌ଦଣ୍ଡ ଭୋଗି ସାରିଛନ୍ତି । ଏବେ ସେ ତାଙ୍କ ପରିବାର ସହ ଶାନ୍ତିରେ ସମୟ କାଟନ୍ତୁ ଏବଂ ଦଳ ଓ ସରକାରର କଥା ବୁଝିବା ପାଇଁ ଆମ ପାଖରେ ଇପିଏସ୍‌ ଓ ଓପିଏସ୍‌ ତ ଅଛନ୍ତି ।”

ଶଶିକଳାଙ୍କ ସହିତ ସଂପର୍କ ସ୍ଥାପନ ସମ୍ଭାବନା ସଂପର୍କରେ କହିବାକୁ ଯାଇ ସେ ପର୍ଯ୍ୟନ୍ତ କଥା ଯିବନି ବୋଲି ଏହି ପୂର୍ବତନ ବିଧାୟକ ଜଣକ ଆତ୍ମବିଶ୍ବାସର ସହିତ କହିଥିଲେ ।

ଏଏମ୍‌ଏମ୍‌କେ ମୁଖପାତ୍ର ଭି.ଭେଟ୍ରିପାଣ୍ଡିଆନଙ୍କ ମତ ଅନୁସାରେ, ଏଏମ୍‌ଏମ୍‌କେ ଜରିଆରେ ସେମାନେ ନିଶ୍ଚିତ ଭାବରେ ଏଆଇଏଡିଏମ୍‌କେ ଉପରେ ସେମାନଙ୍କର ଅଧିକାର ଦାବି କରିବେ । ସେ କହିଲେ, “ଆମେ ଆମ ଏଏମ୍‌ଏମ୍‌କେ ଦଳକୁ ଉପଯୋଗ କରି ପୁଣି ଏଆଇଏଡିଏମ୍‌କେ ହାସଲ କରିବୁ । ସେଥିରେ ତିଳେମାତ୍ର ସନ୍ଦେହ ନାହିଁ ।”

ଏହି ଯୋଜନାର କାର୍ଯ୍ୟକାରିତା ଦିଗରେ ଶଶିକଳାଙ୍କର ଅବଦାନ କ’ଣ ହେବ ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହି ପୂର୍ବତନ ସାମ୍ବାଦିକ ଜଣକ କହିଲେ ଯେ ଶଶିକଳା କିଭଳି ଖେଳ ଖେଳିବେ ସେ କଥା ସେ ହିଁ ଜାଣନ୍ତି ଏବଂ ସେ ତାଙ୍କ ଚାଲ୍‌ ଚଳାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ ।

ଆର୍‌. ପ୍ରିନ୍‌ସ ଜେବାକୁମାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.