ହାଇଦ୍ରାବାଦ: ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ (NLM) ର ବୈଜ୍ଞାନିକମାନେ SARS-CoV-2 ର କେତେକ ପ୍ରମୁଖ ଜିନୋମିକର ବୈଶିଷ୍ଟ୍ୟ ଚିହ୍ନଟ କରିଛନ୍ତି । ଏହା ସାଧାରଣତଃ କୋଭିଡ-19 ଭାବରେ ଜଣାଶୁଣା । ଅନୁସନ୍ଧାନକାରୀ ଅନ୍ୟାନ୍ୟ ଭୟଙ୍କର କୋରୋନା ଭାଇରସ ମଧ୍ୟ ଚିହ୍ନଟ କରିଛନ୍ତି । ତେବେ ଏମାନେ କୋରୋନା ଭାଇରସ ଫ୍ୟାମିଲି ଠାରୁ ଭିନ୍ନ ।
ଜିନୋମ ବିଶ୍ଳେଷଣ ସହିତ ବୈଜ୍ଞାନିକମାନଙ୍କର ଅନୁସନ୍ଧାନ ଭବିଷ୍ୟତରେ କୋରୋନା ଭାଇରସର ଭୟାବହତା କେତେ ହେବ ତାହା ପୂର୍ବାନୁମାନ କରିବାରେ ସାହାଯ୍ୟ କରିଥାଏ । ଏହି କାର୍ଯ୍ୟ ପଶୁଙ୍କ ମଧ୍ୟରେ କୋରୋନା ଭାଇରସ ଚିହ୍ନଟ କରିବାରେ ସାହାଯ୍ୟ କରିପାରେ ଯାହା ମଣିଷକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।
କୋଭିଡ-19 ବର୍ତ୍ତମାନ ସାରା ବିଶ୍ବରେ 3 ଲକ୍ଷ 80 ହଜାରରୁ ଅଧିକ ଜୀବନ ନେଇସାରିଲାଣି । ଏହି ସଙ୍କଟ ପରିବର୍ତ୍ତିତ ଇତିହାସ ଓ ଜିନୋମିକ୍ ବୈଶିଷ୍ଟ୍ୟ ଗୁଡିକ ବୁଝିବା ପାଇଁ ଆବଶ୍ୟକତା ସୃଷ୍ଟି କରେ ।
ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀ ତୁଳନାତ୍ମକ ଜିନୋମିକ୍ସ ଓ ମେସିନ୍ ଲର୍ଣ୍ଣିଂ କୌଶଳ ବ୍ୟବହାର କରି SARS-CoV-2 ର ଜିନୋମକୁ ଅନ୍ୟ କୋରୋନା ଭାଇରସର ଜିନୋମ ସହିତ ତୁଳନା କରିଥିଲେ | ସେମାନେ SARS-CoV-2 ଓ ଅନ୍ୟାନ୍ୟ କୋରୋନା ଭାଇରସ୍ ଷ୍ଟ୍ରେନ୍ ପାଇଁ ନିର୍ଦ୍ଦିଷ୍ଟ ପ୍ରୋଟିନ୍ ବୈଶିଷ୍ଟ୍ୟଗୁଡିକ ମଧ୍ୟ ଚିହ୍ନଟ କରିଥିଲେ ।
ଏହି ବୈଶିଷ୍ଟ୍ୟତାରେ ଆମିନୋ ଏସିଡ ମଧ୍ୟରେ 2 ଟି ଭାଇରସ ପ୍ରୋଟିନ ଥାଏ । ଅନୁସନ୍ଧାନକାରୀଙ୍କ SARS-CoV-2 ବିଷୟରେ ବୁଝିବା ଓ କୋଭିଡ-19 ର ପ୍ରତିକ୍ରିୟାରେ ସହାୟତା ପାଇଁ ଏହି ଅଭିନବ ଅନୁସନ୍ଧାନ ଗୁରୁତ୍ବପୂର୍ଣ୍ଣ । ଅତି ଭୟଙ୍କର ଥିବା କୋରୋନା ଭାଇରସର ଜିନୋମ୍ ପଶୁ, ଖାସ୍ କରି ବାଦୁଡିକୁ ସଂକ୍ରମଣ କରିବାରେ ସକ୍ଷମ । କିନ୍ତୁ ସମସ୍ତ କୋରୋନା ଭାଇରସ ଜିନୋମ ମନୁଷ୍ୟକୁ ପ୍ରଭାବିତ କରିନଥାଏ ।
ପ୍ରକାଶଥାଉକି, ଏନଏଲଏମ ହେଉଛି ଏନଏଲଏଚପର ଏକ ଅଂଶ । ଜୈବ ଚିକିତ୍ସା ସୂଚନା, ତଥ୍ୟ ବିଜ୍ଞାନ କ୍ଷେତ୍ରରେ ଏହା ବିଶ୍ବର ସର୍ବବୃହତ ଅନୁଷ୍ଠାନ । ଏନଏଲଏମର ବୈଜ୍ଞାନିକ ସ୍ବାସ୍ଥ୍ୟ ସୂଚନା ରେକର୍ଡିଂ, ସଂରକ୍ଷଣ, ପୁନରୁଦ୍ଧାର, ଯୋଗାଯୋଗକୁ ସମର୍ଥନ କରନ୍ତି ।