ETV Bharat / bharat

ଆସାମରେ କର୍ଫ୍ୟୁ ସାମାନ୍ୟ କୋହଳ, ମୋଦି-ଶାହଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

author img

By

Published : Dec 15, 2019, 9:22 AM IST

ଗୌହାଟିରେ ରବିବାର ସକାଳ 9ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ଦେବ୍ରୁଗଡରେ ମଧ୍ୟ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।

sarbananda-sonowal-will-meet-pm-modi-and-amit-shah
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ ବିରୋଧରେ ପୂର୍ବୋତ୍ତର ରାଜ୍ୟରେ ପ୍ରଦର୍ଶନ ଜାରି ରହିଛି । ରାଜ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ସେମାନଙ୍କର ଏହି ସାକ୍ଷାତକାର ଦିଲ୍ଲୀରେ ଅନୁଷ୍ଠିତ ହେବ ।

ସେପଟେ ଆସାମରେ ସ୍ଥିତି ସାମାନ୍ୟ ସୁଧୁରିଥିବା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଗୌହାଟିରେ ରବିବାର ସକାଳ 9ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ଦେବ୍ରୁଗଡରେ ମଧ୍ୟ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ଆସାମର 10 ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ଏବଂ ମେସେଜିଂ ସେବା ଉପରେ କଟକଣା ଲାଗୁ ରହିଛି । ଚାରିଆଡେ ପୋଲିସ ଏବଂ ରେପିଡ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଏହା ପୂର୍ବରୁ ଶନିବାର ବିଜେପିର ବିଧାୟକ ଓ ସାଂସଦମାନେ ଗୌହାଟିରେ ବୈଠକ ଅନୁଷ୍ଠିତ ହେଇଥିଲା। ରାଜ୍ୟର ପରିସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏକ ଟିମ ଖୁବ ମୋଦି ଏବଂ ଶାହଙ୍କୁ ଭେଟିବା ନେଇ ନିଷ୍ପତ୍ତି ହୋଇଥିଲା ।

Intro:Body:

fgffff

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.