ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଝଟକା ଲାଗିଛି । ପୂର୍ବରୁ ତାଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷାକୁ ଆଜି ଉଠାଇ ନେଇଛନ୍ତି । ରାଜୀବଙ୍କୁ ଗିରଫ କରିବାକୁ ସିବିଆଇ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ଏହି ନିଷ୍ପତ୍ତି ନେଇଛନ୍ତି । ତେବେ 7 ଦିନ ମଧ୍ୟରେ ଆଇନଗତ ସହାୟତା ନେଇପାରିବେ ବୋଲି ସିବିଆଇ ସ୍ପଷ୍ଟ କରିଛନ୍ତି ।
ଏହି ମାମଲାରେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ପ୍ରମାଣିତ ହେବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହ ସିବିଆଇକୁ ଅସହଯୋଗ କରିଥିବା ଜଣାପଡିଛି ।