ଚଣ୍ଡିଗଡ: ନଦୀକୁ ମା' ବୋଲି ସମ୍ବୋଧନ କରୁଥିବା ଦେଶ ହେଉଛି ଭାରତ । ପୃଥିବୀ ପୃଷ୍ଠରେ ଝେଲମ, ଚେନାବ, ରାବି, ବ୍ୟାସ ଏବଂ ସତଲେଜ ଭଳି କିଛି ବୃହତ ନଦୀର ସାକ୍ଷୀ ରହିଛି ଇତିହାସ । ଦେଶ ବିଭାଜନ ସମୟରେ ଏହି ନଦୀଗୁଡିକ ମଧ୍ୟ ହୋଇଯାଇଥିଲା ବିଭାଜିତ । ବିକାଶ ନାଁରେ ଦିନକୁ ଦିନ ଏହି ନଦୀଗୁଡିକ ପ୍ରଦୂଷିତ ହେବାକୁ ଲାଗିଲା । ଧିରେ ଖଲିଗଲା ଭୂତଳ ଜଳସ୍ତର । ଏହାର ପରିଣାମ ସ୍ବରୂପ ଲୋକେ ସଂକ୍ରମିତ ହେବାକୁ ଲାଗିଲେ । କିନ୍ତୁ ଏସବୁ ମଧ୍ୟରେ ଆଶାର ଆଲୋକ ସାଜି ଉଭା ହେଲେ ପଦ୍ମଶ୍ରୀ ବଲବୀର ସିଂ ସିଚେଓ୍ବାଲ ।
ଯେଉଁ କାର୍ଯ୍ୟ ପାଇଁ ସରକାର ପଛଘୁଞ୍ଚା ଦେଲେ, ତାହାକୁ 20 ବର୍ଷର ଦୀର୍ଘ ପରିଶ୍ରମରେ କରିଦେଖାଇଥିଲେ ସନ୍ଥ ବଲବୀର ସିଂହ । ଆଜକୁ 20 ବର୍ଷ ତଳେ 15 ଜୁଲାଇ 2000 ମସିହାରେ ଜଲନ୍ଧରର କାଳୀ ବେଇଁ ନଦୀକୁ ପରିଷ୍କାର କରିବା ପାଇଁ ଅଣ୍ଟା ଭିଡିଥିଲେ ବଲବୀର । ତାଙ୍କ ପରିଶ୍ରମରେ ପ୍ରଦୂଷଣ କାରଣରୁ ନିଜର ଅସ୍ତିତ୍ବ ହରାଇ ବସିଥିବା ଏହି ନଦୀର ଜଳ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ନିର୍ମଳ ହୋଇଯାଇଥିଲା । ଏହି ମହାନ କାର୍ଯ୍ୟ ଯୋଗୁଁ ସନ୍ଥ ବଲବୀର ସମାଜ ଆଗରେ ପାଲଟିଯାଇଥିଲେ ଉଦାହରଣ । ସ୍ବଦେଶୀ ଉପାୟରେ ସ୍ବରେଜର ପାଣିକୁ ପ୍ରଦୂଷଣ ମୁକ୍ତ କରି ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇପାରୁଥିବା ବଲବୀରଙ୍କ ଏହି ମଡେଲକୁ ଅନେକ ରାଜ୍ୟର ସରକାର ଲାଗୁ କରିସାରିଛନ୍ତି ।
ବଲବୀରଙ୍କୁ ଆଧୁନିକ ଯୁଗର ଭଗୀରଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି କାମ ଯୋଗୁଁ ସେ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ତେବେ ଆଗାମୀ ଦିନରେ ମଧ୍ୟ ପ୍ରଦୂଷଣ ବିରୋଧରେ ଲଢେଇ ଜାରିରଖିବାକୁ ସଙ୍କଳ୍ପ ନେଇଛନ୍ତି ବଲବୀର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ