ETV Bharat / bharat

ସଂସ୍କୃତରେ ଶପଥ ନେଇଥିବା ସାଂସଦଙ୍କୁ କରାଯିବ ସମ୍ମାନୀତ

ସଂସ୍କୃତ ଭାଷାରେ ଶପଥ ନେଇଥିବା 47 ଜଣ ସାଂସଦଙ୍କୁ ସମ୍ମାନୀତ କରିବ ସଂସ୍କୃତ ଭାରତୀ । 16ତମ ଲୋକସଭା ତୁଳନାରେ 17 ତମ ଲୋକସଭାରେ ଇଂରାଜୀରେ ଶପଥ ନେଇଥିବା ସାଂସଦଙ୍କ ସଂଖ୍ୟା କମିଥିବା ନଜର ଆସିଛି ।

author img

By

Published : Jul 14, 2019, 12:51 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: 17ତମ ଲୋକସଭାର ସଦସ୍ୟ ଭାବେ ସଂସ୍କୃତରେ ଶପଥ ନେଇଥିବା ସାଂସଦଙ୍କୁ କରାଯିବ ପୁରସ୍କୃତ । ସଂସ୍କୃତଭାରତୀ ପକ୍ଷରୁ ସଂସ୍କୃତରେ ଶପଥ ନେଇଥିବା ମୋଟ 47 ଜଣ ସାଂସଦଙ୍କୁ ସମ୍ମାନିତ କରାଯିବ ।

ସଂସ୍ଥାର ପ୍ରୟାସରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ସାଂସଦ ସଂସ୍କୃତ ଭାଷାରେ ଶପଥ ନେଇଥିବା ସଂସ୍କୃତ ଭାରତୀର ଦିଲ୍ଲୀ ପ୍ରାନ୍ତ ମନ୍ତ୍ରୀ କୈଳାଶ କିଶୋର ତିଓ୍ବାରୀ କହିଛନ୍ତି । ଏନେଇ ସଂସ୍ଥା ପକ୍ଷରୁ ସାଂସଦଙ୍କୁ ସମ୍ମାନୀତ କରାଯିବାର ନିର୍ଣ୍ଣୟ ନିଆଯାଇଥିବା କୈଳାଶ କହିଛନ୍ତି ।

16ତମ ଲୋକସଭା ତୁଳନାରେ 17 ତମ ଲୋକସଭାରେ ଇଂରାଜୀରେ ଶପଥ ନେଇଥିବା ସାଂସଦଙ୍କ ସଂଖ୍ୟା କମିଥିବା ନଜର ଆସିଛି । ସାଂସଦଙ୍କୁ ସମ୍ମାନୀତ କରିବା ପାଇଁ ହେବାକୁ ଥିବା ସମାରୋହରେ ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ଭକ୍ତ ବତ୍ସଲ ଓ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ଦିଲେଶ କାମତ ଉପସ୍ଥିତ ରହିବେ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.