ETV Bharat / bharat

ଦୁର୍ନୀତି ମାମଲାର ତଦନ୍ତକୁ ରାଜନୈତିକ ଷଡଯନ୍ତ୍ର କହିଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jul 24, 2020, 3:46 PM IST

ସଞ୍ଜୀବନି କ୍ରେଡିଟ କୋଅପରେଟିଭ ସୋସାଇଟି ଦୁର୍ନୀତି ମାମଲାରେ ଶେଖାୱତଙ୍କ ବିରୋଧରେ ତଦନ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ଶେଖାୱତ ।

ଶେଖାୱତ
ଶେଖାୱତ

ଜୟପୁର: ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର​‌ରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା। ଆଉ ଏବେ ଏକ କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଦୁର୍ନୀତି ମାମଲାରେ ଶେଖାୱତଙ୍କ ବିରୋଧରେ ତଦନ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ତେବେ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ଶେଖାୱତ ।

ଏନେଇ ଶେଖାୱତ କହିଛନ୍ତି, ଏହା ଏକ ରାଜନୈତିକ ଷଡଯନ୍ତ୍ର । ଏହା ପଛରେ କିଏ ଅଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

ତେବେ ରାଜସ୍ଥାନ ରାଜନୈତିକ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଉପରୁ ଚାପ ପଡୁଥିବା ହେତୁ ରାଜ୍ୟପାଳ ଅଧିବେଶନ ଡାକୁନଥିବା ଗେହଲଟ କହିଥିଲେ । ଯଦି ଏଥିପାଇଁ ରାଜ୍ୟବାସୀ ରାଜ ଭବନ ଘେରିବାକୁ ଆସନ୍ତି ତେବେ ଏଥିପାଇଁ ଆମେ ଦାୟୀ ହେବୁ ନାହିଁ ବୋଲି ଗେହଲଟ କହିଥିଲେ । ତେବେ ଗେହଲଟଙ୍କ ଏହି ମନ୍ତବ୍ୟକୁ ନେଇ ତାଙ୍କୁ କଡା ସମାଲୋଚନା କରିଛନ୍ତି ଶେଖାୱତ । ସେ କହିଛନ୍ତି, ଯେଉଁମାନେ ଗଣତନ୍ତ୍ର ବିଷୟରେ କହୁଥିଲେ ସେମାନଙ୍କ ପାଇଁ ଏହି ବିବୃତ୍ତି ଉଚିତ ନୁହେଁ ।

ରାଜସ୍ଥାନର ରାଜନୈତିକ ସଙ୍କଟ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ସିବିଆଇକୁ ବିଶ୍ବାସ କରୁ ନ ଥିବାରୁ ତଦନ୍ତ ପାଇଁ ଅଡିଓ କ୍ଲିପ ଆମେରିକା ପଠାଇବା ବିଷୟରେ କହୁଛନ୍ତି । ଏହା ସେମାନଙ୍କର ଆଭ୍ୟନ୍ତରୀଣ ମାମଲା। କିନ୍ତୁ ରାଜସ୍ଥାନ ବାସୀ ଗେହଲଟ ସରକାରଙ୍କ ପ୍ରତାରଣା ଦେଖୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସଞ୍ଜୀବନି କ୍ରେଡିଟ କୋଅପରେଟିଭ ସୋସାଇଟି ଦୁର୍ନୀତିରେ ଶେଖାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଏଥିରେ ୯୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଜୟପୁର ସ୍ପେଶାଲ ଅପରେଶନ ଗ୍ରୁପ(ଏସଓଜି) ଗତବର୍ଷରୁ ଏହି ମାମଲାର ତଦନ୍ତ କରୁଛି। ଗତବର୍ଷ ଅଗଷ୍ଟରେ ଏହି ମାମଲାରେ ଏକ ଏତଲା ଦିଆଯାଇଥିଲା, ଯେଉଁଥିରେ ଶେଖାୱତଙ୍କ ନାମ ନ ଥିଲା। ତାଙ୍କ ନାମକୁ ଏତଲାରେ ସାମିଲ କରିବାକୁ ହୋଇଥିବା ଏକ ଆବେଦନକୁ ମାଜିଷ୍ଟ୍ରେଟ୍‌ କୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ପୁଲିସ ଅତିରିକ୍ତ ଜିଲାଜଜ୍‌ କୋର୍ଟରେ ଏ ନେଇ ପିଟିଶନ ଦାଖଲ କରିଥିଲା। କୋର୍ଟ ଶେଖାୱତଙ୍କ ବିରୋଧରେ ମାମଲାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.