ETV Bharat / bharat

ଗାଜିପୁର ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବେ ସଞ୍ଜୟ ରାଉତ

author img

By

Published : Feb 2, 2021, 12:21 PM IST

ଗାଜିପୁର ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବେ ସଞ୍ଜୟ ରାଉତ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶରେ ମଙ୍ଗଳବାର କୃଷକଙ୍କୁ ଶିବସେନା ସାଂସଦ ସଞ୍ଜୟ ରାଉତ ସାକ୍ଷାତ କରିବେ । ଅଧିକ ପଢନ୍ତୁ...

ସଞ୍ଜୟ ରାଉତ
ସଞ୍ଜୟ ରାଉତ

ମୁମ୍ବାଇ: ଗାଜିପୁର ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବେ ସଞ୍ଜୟ ରାଉତ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶରେ ମଙ୍ଗଳବାର କୃଷକଙ୍କୁ ଶିବସେନା ସାଂସଦ ସଞ୍ଜୟ ରାଉତ ସାକ୍ଷାତ କରିବେ । କେନ୍ଦ୍ରର ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଶିବସେନା ସମର୍ଥନ କରୁଥିବା ଜଣାଯାଇଛି।

ରାଉତ ଟ୍ବିଟ୍ କରି କହିଛନ୍ତି ଯେ, ‘ମହା ବିକାଶ ଅଗାଡି ସରକାର କୃଷକଙ୍କ ସ୍ବାର୍ଥରେ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚାଷୀଙ୍କ ସହ ଠିଆ ହୋଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ଗାଜିପୁର ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଦେଖା କରିବି ’ । ଦିନ 1ଟା ବେଳେ ଚାଷୀଙ୍କୁ ସଞ୍ଜୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୋମବାର ଦିଲ୍ଲୀ ସୀମାରେ ଥିବା କୃଷକଙ୍କ ବିରୋଧ ସ୍ଥାନ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା କାରଣ ପୋଲିସ ଛାଉଣୀ ବୃଦ୍ଧି କରାଯାଇ ବ୍ୟାରିକେଡକୁ ମଧ୍ୟ ବଢାଯାଇଥିଲା ।

ବିକ୍ଷୋଭକାରୀଙ୍କ ଗତିବିଧି ଉପରେ ଅଧିକ ପ୍ରତିବନ୍ଧକ ଲଗାଇବା ପାଇଁ ସିଂଘୁ ସୀମାରେ ମୁଖ୍ୟ ରାଜପଥର ଏକ ପାଶ୍ବର୍ରେ ଦୁଇ ଧାଡିରେ ସିମେଣ୍ଟ ବ୍ୟାରିକେଡ୍ ସହ ଲୁହା ରଡ୍ ମଧ୍ୟ ଲଗାଯାଇଛି । ଦିଲ୍ଲୀ-ହରିୟାଣା ସୀମାରେ ରାଜପଥକୁ ବର୍ତ୍ତମାନ ସିମେଣ୍ଟ ବ୍ୟାରିକେଡରେ ଛାଉଣୀ କରାଯାଇଛି । ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜିପୁରରେ ଯାନବାହନ ଚଳାଚଳ ବନ୍ଦ କରିବାକୁ ମଲ୍ଟି ଲେୟାର ବ୍ୟାରିକେଡ୍ ରଖାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.