ETV Bharat / bharat

ସମୁଦ୍ର ସେତୁ ଅଭିଯାନ: 3 ଦେଶରୁ ସ୍ବଦେଶ ଫେରିଛନ୍ତି 4 ହଜାର ଭାରତୀୟ

author img

By

Published : Jul 9, 2020, 3:11 PM IST

କୋରୋନା ସମୟରେ ଦୁନିଆର ବିଭିନ୍ନ ସ୍ଥାନରେ ଫସି ରହିଥିବା ଭାରତୀୟଙ୍କୁ ସ୍ବେଦେଶ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସମୁଦ୍ର ସେତୁ ଅଭିଯାନ ସଫଳ ହୋଇଛି । ଅଧିକ ପଢନ୍ତୁ...

ସମୁଦ୍ର ସେତୁ ଅଭିଯାନ: 3 ଦେଶରୁ ସ୍ବଦେଶ ଫେରିଛନ୍ତି 4 ହଜାର ଭାରତୀୟ
ସମୁଦ୍ର ସେତୁ ଅଭିଯାନ: 3 ଦେଶରୁ ସ୍ବଦେଶ ଫେରିଛନ୍ତି 4 ହଜାର ଭାରତୀୟ

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ 3 ଦେଶରୁ ପ୍ରାୟ 4 ହଜାର ଭାରତୀୟଙ୍କୁ ସ୍ବେଦେଶ ଫେରାଇ ଆଣିଛି ସମୁଦ୍ର ସେତୁ ଅଭିଯାନ । ଏନେଇ ସୂଚନା ଦେଇଛି ଭାରତୀୟ ନୌସେନା । ମାର୍ଚ୍ଚ 5ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମ୍ପୂର୍ଣ୍ଣ ହୋଇଛି ।

ସେନା ଏକ ବିବୃତ୍ତିରେ କହିଛି ଯେ, ଭାରତୀୟ ନୌସେନାର ଜାହାଜ ଜଲାଶଭ ତଥା ଏରାବତ, ଶାର୍ଦୁଲ ଏବଂ ମାଗର ଏହି ମିଶନରେ ଭାଗ ନେଇଥିଲେ । ଯାହାକି 55 ଦିନ ଧରି ଚାଲିଥିଲା । ଆଉ ଏଥିରେ ସମୁଦ୍ରଠାରୁ 23 ହଜାର କିମି ଅଧିକ ଦୂର ଅତିକ୍ରମ କରିଥିଲା ​​।

ଏହି ଅଭିଯାନ ଅଧିନରେ ମାଳଦ୍ବୀପର ମାଲେ ରୁ 5ଟି ଜାହାଜରେ ଭାରତୀୟଙ୍କୁ ମାଳଦ୍ୱୀପରୁ ଫେରାଇ ଅଣାଯାଇଛି । ଏଥି ସହିତ ଇରାନ ବନ୍ଦର ଅବ୍ବାସରୁ 2ଟି ଏବଂ ଶ୍ରୀଲଙ୍କାର କଲମ୍ବୋରୁ ଗୋଟିଏ ଜାହାଜ ଚଳାଚଳ କରିଥିଲା। ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ନୌସେନା ପାଇଁ ସବୁଠାରୁ ବଡ ଆହ୍ବାନ ଥିଲା ଯେ, ଜାହାଜରେ ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ ସମୟରେ ଯେପରି ସଂକ୍ରମଣ ଘଟଣା ନ ଘଟେ ।

କୋରୋନା ମହାମାରୀ ହେତୁ ବିଶ୍ବର କୋଣ ଅନୁକୋଣରେ ଫଶି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା କାମ ଜାରି ରହିଛି। ଏପ୍ରିଲ ମାସରୁ ଭାରତୀୟମାନଙ୍କୁ ବିମାନ ମାଧ୍ୟମରେ ବିଦେଶରୁ ଫେରାଇ ଆଣିବା କାମ ଚାଲିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.