ETV Bharat / bharat

ଦିଲ୍ଲୀ ହାଇକୋର୍ଟରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ, କେନ୍ଦ୍ରକୁ ନୋଟିସ ଜାରି

ସମଲିଙ୍ଗୀ ବିବାହକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ବୁଧବାର ଦିଲ୍ଲୀ ହାଇକୋର୍ଟରେ କରାଯାଇଥିଲା। ଏହି ମାମଲାରେ କୋର୍ଟ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

author img

By

Published : Oct 14, 2020, 3:45 PM IST

ସମଲିଙ୍ଗୀ ବିବାହ ପ୍ରସଙ୍ଗ
ସମଲିଙ୍ଗୀ ବିବାହ ପ୍ରସଙ୍ଗ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ବୁଧବାର ଦିଲ୍ଲୀ ହାଇକୋର୍ଟରେ କରାଯାଇଥିଲା। ଏହି ମାମଲାରେ କୋର୍ଟ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏହାର ଉତ୍ତର ଦେବାକୁ ପଡିବ। ଆବେଦନକାରୀଙ୍କ ତରଫରୁ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଉ ଏବଂ ଏହାକୁ ସ୍ବତନ୍ତ୍ର ବିବାହ ଅଧିନିୟମ ଅଧୀନରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରାଯାଇଛି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି 8 ଜାନୁଆରୀ 2021 ରେ କରାଯିବ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏହା ଏକ ସାଧାରଣ ଆବେଦନ ନୁହେଁ, ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନେ ଏହାକୁ ଗୁରୁତର ସହ ନେବା ଉଚିତ। ଏହା ନାଗରିକଙ୍କ ଅଧିକାରର ପ୍ରଶ୍ନ। ଏହି ମାମଲାରେ ଦୁଇଟି ଆବେଦନ କରାଯାଇଛି । ପ୍ରଥମଟିରେ ଲିଙ୍ଗ ଆଧାରରେ ଜଣେ ବ୍ୟକ୍ତିଙ୍କୁ ନିଜ ଇଚ୍ଛାରେ ଥିବା ବିବାହ କରିବାକୁ ବାରଣ କରାଯାଇଥିଲା। ଦ୍ବିତୀୟରେ ଜଣେ ଦମ୍ପତି ଯିଏ ନ୍ୟୁୟର୍କରେ ବିବାହ କରିଥିଲେ କିନ୍ତୁ ସେମାନଙ୍କ ବିବାହ ଭାରତୀୟ କୋର୍ଟରେ ରେଜିଷ୍ଟ୍ରର ହୋଇନଥିଲା ।

ଆବେଦନକାରୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ବିବାହ ରେଜିଷ୍ଟ୍ରର କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଯାଇଥିଲେ ସେତେବେଳେ ତାଙ୍କୁ ମନା କରାଯାଇଥିଲା। ତାଙ୍କ ଓକିଲଙ୍କୁ କୁହାଯାଇଥିଲା ଯେ ସେମାନେ ସମାନ ଲିଙ୍ଗ ଦମ୍ପତି ହୋଇଥିବାରୁ ସେମାନେ ବିବାହ କରିପାରିବେ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.