ନୂଆଦିଲ୍ଲୀ: 82 ବର୍ଷରେ ପାଦ ଦେଇଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ଏହି ଅବସରରେ ମୁଲାୟମ ସିଂହଙ୍କୁ ଫୋନ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ବିଟ କରି ଦେଇଛନ୍ତି ସୂଚନା ।
ପ୍ରଧାନମନମନ୍ତ୍ରୀ ମୋଦି ଟ୍ବିଟ କରି ଲେଖିଛନ୍ତି, ମୁଲାୟମ ସିଂହ ଯାଦବଙଅକ ସହ ଫୋନରେ କଥା ହୋଇଛି ଏବଂ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛି । ସେ ଦେଶର ଜଣେ ବରିଷ୍ଠ ଓ ଅନୁଭବୀ ନେତାଙ୍କ ମଧ୍ୟରୁ ଜଣେ । ମୁଁ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରୁଛି ।
ସେହିପରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ମୁଲାୟମ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଯୋଗୀ ତାଙ୍କର ସୁସ୍ଥତା ସହ ଦୀର୍ଘାୟୁ କାମନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଲୋକସଭା ବାଚସ୍ପତି ମଧ୍ୟ ଟ୍ବିଟ ଯୋଗେ ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ସେପଟେ ମୁଲାୟମଙ୍କ ଜନ୍ମଦିନକୁ ଲକ୍ଷ୍ନୌ ସ୍ଥିତ ବାସଭବନ ବାହାରେ ବେଶ ଧୁମଧାମରେ ପାଳନ କରିଛନ୍ତି ଦଳୀୟ କର୍ମକର୍ତ୍ତା । ମୁଲାୟମ ସିଂହଙ୍କ ବାସଭବନ ବାହାରେ କର୍ମକର୍ତ୍ତା ପୋଷ୍ଟର ସଜାଇଛନ୍ତି । ଏଥିସହ ପାର୍ଟି ମୁଖ୍ୟାଳୟରେ ଶତାଧିକ କର୍ମୀ ପହଞ୍ଚି ସମାଜବାଦୀ ସୁପ୍ରିମୋଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
@ANI