ଲକ୍ଷ୍ନୌ: ପୁଣି ବିଗିଡିଲା ସମାଜବାଦୀ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ସ୍ବାସ୍ଥ୍ୟବସ୍ଥା । ପେଟରେ ଯନ୍ତ୍ରଣା ହେବାରୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗତ ବୁଧବାର କୋଷ୍ଠକାଠିନ୍ୟ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଶୁକ୍ରବାର ହସ୍ପିଟାଲକୁ ଡିସଚାର୍ଚ୍ଚ କରାଯାଇଥିଲା ।
ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଲାୟମ ସିଂଙ୍କ ପୁଅ ଅଖିଲେଶ ଯାଦବ ଓ ବୋହୂ ଡିମ୍ପଲ ଯାଦବ ହସ୍ପିଟାଲ ଯାଇଥିଲେ ମୁଲୟାମ ସିଂ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହା ପରେ ମୁଲାୟମ ସିଂଙ୍କ ସ୍ବାସ୍ଥ୍ୟବସ୍ଥାକୁ ସମାଜବାଦ ପାର୍ଟି ଟ୍ବିଟ କରି କହିଥିଲେ, ମୁଲାୟମ ସିଂ ଯାଦବ ସୁସ୍ଥ ଅଛନ୍ତି ।
ବୃଦ୍ଧବସ୍ଥା ହେତୁ ମୁଲାୟମ ସିଂ ଯାଦବ ରୋଗରେ ପୀଡିତ । ପେଟ ଜନିତ ସମସ୍ୟା ପାଇଁ ତାଙ୍କୁ ବହୁବାର ହସ୍ପିଟାଲ ଅଣାଯାଇଛି ।