ETV Bharat / bharat

ଦୀପାବଳି ପୂର୍ବରୁ ବାଣ ବିକ୍ରି ଉପରେ କଟକଣା

author img

By

Published : Nov 2, 2020, 8:40 AM IST

Updated : Nov 2, 2020, 8:55 AM IST

ପାର୍ବଣରେ ଫୁଟିବନି ବାଣ । ବାଣ ବିକ୍ରି ଉପରେ ଲାଗିଲା କଟକଣା । ଉଲ୍ଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । କୋଭିଡ ସମୟରେ ପ୍ରଦୂଷଣ ଦେଖି ନିଆଗଲା ନିଷ୍ପତ୍ତି । ଅଧିକ ପଢନ୍ତୁ...

ଦୀପାବଳି ପୂର୍ବରୁ ବାଣ ବିକ୍ରି ଉପରେ କଟକଣା
ଦୀପାବଳି ପୂର୍ବରୁ ବାଣ ବିକ୍ରି ଉପରେ କଟକଣା

ଜୟପୁର: ଦିପାବଳୀ ପୂର୍ବରୁ ବ୍ୟାନ ହେଲା ବାଣବିକ୍ରି । ପାର୍ବଣ ଋତୁରେ ବାଣ ଫୁଟାଇବା ଉପରେ ଲାଗିବ ଲଗାମ । ମହାମାରୀ କୋରୋନା ସଂକ୍ରମଣ ସମୟରେ ପ୍ରଦୂଷଣକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର ।

କୋଭିଡ ସଙ୍କଟ ମଧ୍ୟରେ ଲୋକଙ୍କ ଜୀବନ ବଞ୍ଚାଇବା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବାଣ ଫୁଟାଇବା ଦ୍ବାରା ପରିବେଶରେ ପ୍ରଦୂଷଣ ବଢିପାରେ । ଯାହା କୋରୋନା ସଂକ୍ରମିତଙ୍କ ଆହୁରି ବିପଦମୁହଁକୁ ଠେଲି ପାରେ । ରବିବାର ରାଜ୍ୟର କୋରୋନା ସ୍ଥିତି ଅନୁଧ୍ୟାନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏପରି ନିଷ୍ପତ୍ତି ନେଇଛନ୍ତି । ବିନା ଫିଟନେସରେ ଯଦି କୌଣସି ଗାଡିଚଳାଚଳ କରୁଛି କିମ୍ବା ବାଣ ବିକ୍ରି କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିପାବଳୀରେ ମଧ୍ୟ ଆତସବାଜି କରିବା ଉଚିତ ନୁହେଁ ବୋଲି ଗେହଲଟ କହିଛନ୍ତି ।

ଏହି ସମୟରେ ସେ ‘ନୋ-ମାସ୍କ-ନୋ-ଏଣ୍ଟ୍ରି ’ ଓ ‘ୱାର ଫର ଦି ପିୟର’ ଭଳି ସଚେତନତା କାର୍ଯ୍ୟକ୍ରମର ମଧ୍ୟ ତଦାରଖ କରିଥିଲେ । ଅନଲକ-6 ଗାଇଡଲାଇନ ବିଷୟରେ ଆଲୋଚନା କରାଯାଇଥିଲା । ନଭେମ୍ବର 16 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ସ୍କୁଲ ଓ କଲେଜ ଖୋଲିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ।

Last Updated : Nov 2, 2020, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.