ETV Bharat / bharat

ବ୍ରିଟେନ ସମ୍ଭାଳିବେ ପାକ୍ ବସ ଡ୍ରାଇଭରଙ୍କ ପୁଅ !

ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ନିଜ ପଦବୀରୁ ଓହରିବା ନେଇ ଘୋଷଣା କରିଛନ୍ତି । ଏହାପରେ ପିଏମ ପଦରେ କିଏ ବସିବ, ତାକୁ ନେଇ ଚାଲିଛି ରେସ୍ । ଏହି ରେସ୍‌ରେ ସାମିଲ ହୋଇଛନ୍ତି ପାକିସ୍ତାନର ଜଣେ ବସ୍ ଡ୍ରାଇଭରଙ୍କ ପୁଅ ।

author img

By

Published : May 28, 2019, 11:20 PM IST

ଫାଇଲ ଫଟୋ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ପାକିସ୍ତାନର ଜଣେ ବସ୍ ଡ୍ରାଇଭରଙ୍କ ପୁଅ । ବ୍ରିଟେନର ଗୃହମନ୍ତ୍ରୀ ଥିବା ସାଜିଦ୍‌ ଜାଭିଦ ଏବେ ପ୍ରଧାନମନ୍ତ୍ରୀ ରେସରେ ସାମିଲ ହୋଇଛନ୍ତି । ଏନେଇ ସାଜିଦ ଟ୍ବିଟ୍ କରି ଜଣାଇଛନ୍ତି ।

ସେ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଭାବେ ଛିଡା ହେଉଥିବା କଥା ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ତେବେ ବର୍ତ୍ତମାନ ବିଟ୍ରେନ ପ୍ରଧାମନ୍ତ୍ରୀ ଥିବା ଥେରେସା ମେ ଆସନ୍ତା 7 ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ନେଇ ଘୋଷଣା କରିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ରେସରେ ନିଜକୁ ସାମିଲ କରିବାକୁ ଯାଉଛନ୍ତି ସାଜିଦ୍ ।

british pm
ଫଟୋ ସୌଜନ୍ୟ: ଟ୍ବିଟର@sajidjavid

ତେବେ ଭାରତ-ପାକିସ୍ତାନ ସହ ସାଜିଦଙ୍କ ରହିଛି ସମ୍ପର୍କ । ତାଙ୍କ ବାପା ଜଣେ ଭାରତୀୟ ହୋଇଥିବାବେଳେ ମା ପାକିସ୍ତାନୀ । ସ୍ବାଧୀନତା ପରେ ସେମାନେ ପାକିସ୍ତାନକୁ ଚାଲିଯାଇଥିଲେ । ସେଠାରେ ସେ ବସ୍ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ପରେ 1960 ଦଶକରେ ତାଙ୍କ ପରିବାର ବ୍ରିଟେନକୁ ଚାଲିଯାଇଥିଲେ । ସେଠାରୁ ହିଁ ତାଙ୍କ ବାପା ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସାଜିଦ ଅନେକ ସମୟରେ ନିଜ ବାପାଙ୍କ ସଂଘର୍ଷମୟ ଜୀବନର ଉଦାହରଣ ଦେଇଥାନ୍ତି ।

ସ୍ଲଗ -  ପାଣିରେ ବୁଡି ବୁଦ୍ଧଙ୍କ ମୃତ୍ୟୁ
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୨୮-୦୫-୧୯
ଫରମାଟ -ଏଭିଓ 
ଏଙ୍କର-
ବଲାଗିଂର ତୁରେକେଲା ଗ୍ରାମରେ ଜଣେ ବୃଦ୍ଧଙ୍କ ପାଣିରେ ବୁଡି ମୃତ୍ୟୂ ହୋଇଛି । ମୃତ ବୁଦ୍ଧ ଜଣକ ତୁଲେକେଲା  ସରପଞ୍ଚ ଅର୍ଜୁନ ସୁନାଙ୍କ ବାପା ଭୋକଲା ସୁନା ବୋଲି ଜଣା ପଡିଛି । ତେବେ ଆଜି ସକାଲୁ ସବୁଦିନ ପରି ସେ ଏକା ପାଖରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏବଂ ସେଠି ତାଙ୍କ ଗୋଡ ଖସି ଯିବାରୁ ପାଣିରେ ବୁଡି ତାଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଛି । ତେବେ ଘଟଣା ସ୍ଥଲରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତର ଖାନାକୁ ପଠାଇଛି । ଏବଂ ଏଦିଗରେ ଏକ ଅପମୃତ୍ୟୂ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । 
visual by ftp
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.