ଶ୍ରୀନଗର: ଜମ୍ମୁ କାଶ୍ମୀରର ନେତା ସଜ୍ଜାଦ ଲୋନ କହିଛନ୍ତି ଯେ ଧାରା 370 ରଦ୍ଦ କରିବା ଅସମ୍ବିଧାନିକ ଅଟେ। 370 ଆମର ଅଧିକାର, ଯାହାକୁ ବଳ ପୂର୍ବକ ଆମଠାରୁ ଛଡାଇ ନିଆଯାଇଛି । ଧାରା 370 ରଦ୍ଦ ହେବା ଜମ୍ମୁ କାଶ୍ମୀରର ମୁଖ୍ୟ ସ୍ରୋତ ରାଜନୈତିକ ଦଳ ଗୁଡିକୁ ଦୁର୍ବଳ କରିଦେଇଛି ବୋଲି ସେ କହିଛନ୍ତି ।
ମୁଖ୍ୟସ୍ରୋତ ରାଜନୈତିକ ଦଳଗୁଡିକ ମୁଖ୍ୟତଃ ବିକାଶକୁ ସମର୍ଥନ କରିଥିଲେ। ସେ କହିଛନ୍ତି, ଜମ୍ମୁ କାଶ୍ମୀରରେ ଏହି ରାଜନୈତିକ ଦଳ ବିଚ୍ଛିନ୍ନତାବାଦୀଙ୍କ ତୁଳନାରେ ଭାରତର ସମ୍ବିଧାନର ଆଦର୍ଶକୁ ପ୍ରୋତ୍ସାହିତ କରୁଥିଲେ। ସଜ୍ଜାଦ ଲୋନ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ରାଜନୈତିକ କର୍ମକର୍ତ୍ତାଙ୍କୁ ଅଟକାଇ ଦିଆଯାଇଥିଲା । ଆଜି ଆମେ ନିଜ ଦେଶରେ ଅପରିଚିତ । ବଡ ସମସ୍ୟା ହେଉଛି କୋରୋନାର ଲକ୍ଷଣ 5 ଦିନ ପରେ ଦେଖାଯାଇପାରେ କିନ୍ତୁ କେନ୍ଦ୍ର ସରକାର ଯାହା କରିଛନ୍ତି, ଏହାର ଲକ୍ଷଣ ପାଞ୍ଚ ବର୍ଷ ପରେ ଦେଖାଯାଇପାରେ ।
ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ 370 ରଦ୍ଦ କରାଯାଉଥିଲା ସେତେବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ଥିଲା । ପ୍ରକାଶଥାଉକି, 370 ପୁନଃରୁଦ୍ଧାର ପାଇଁ 6ଟି ଦଳ ଏକାଠି ହୋଇଛନ୍ତି। କିନ୍ତୁ ଏହାକୁ ପୁଣି ସଂରକ୍ଷିତ କରିବା ଅସମ୍ଭବ ତଥାପି ସଜ୍ଜାଦ ଲୋନ୍ କହିଛନ୍ତି ଯେ, ଦିନେ ସରକାର ଶୁଣିବେ ।