ETV Bharat / bharat

ଅଯୋଧ୍ୟାରେ ହେବ ସନ୍ଥ ସମାଜର ବୈଠକ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୋମବାର ସାଧୁ ସନ୍ଥଙ୍କର ବଡ ବୈଠକ ହେବାନେଇ ସୂଚନା ମିଳିଛି । ବୈଠକରେ ଅଯୋଧ୍ୟାର ସନ୍ଥ, ମହନ୍ତଙ୍କ ସମେତ ବିଶ୍ବହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଚମ୍ପତ ରାୟ, କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ ସାମିଲ ରହିବେ ।

author img

By

Published : Jun 2, 2019, 10:49 PM IST

ଫାଇଲ ଫଟୋ

ଅଯୋଧ୍ୟା: ପ୍ରଚଣ୍ଡ ବହୁମତ ସହ ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ଫରିବା ପରେ ରାମ ମନ୍ଦିର ନିର୍ମାଣ ପାଇଁ ସନ୍ଥ ସମାଜର ଦାବି ଜୋର ଧରିବାକୁ ଲାଗିଲାଣି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୋମବାର ସାଧୁ ସନ୍ଥଙ୍କର ବଡ ବୈଠକ ହେବାକୁ ଯାଉଛି ।

ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ବୈଠକର ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଏଥିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ସୋମବାର ହେବାକୁ ଥିବା ଏହି ବୈଠକରେ ଅଯୋଧ୍ୟାର ସନ୍ଥ, ମହନ୍ତଙ୍କ ସମେତ ବିଶ୍ବହିନ୍ଦୁ ପରିସଦର ଉପାଧ୍ୟକ୍ଷ ଚମ୍ପତି ରାୟ ସାମିଲ ରହିବେ । ଏଥିସହ କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ ମଧ୍ୟ ବୈଠକରେ ଯୋଗ ଦେବା ନେଇ ସୂଚନା ମିଳିଛି ।

ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସୂଚନା ମୁତାବକ  ବିଏସଏଫ ବାହିନୀ ପକ୍ଷରୁ କାଲିମେଳା ବଜାର ଓ ନିକଟବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ କାଲିମେଳା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପୋଖରୀ ହୁଡ଼ାରୁ ପ୍ରାୟ ୧୨୦୦ ଡିଟୋନେଟର ଜବତ ହୋଇଥିଲା । ମାଓବାଦୀ କିମ୍ୱା କେହି ଦୁର୍ବୁତ୍ତଙ୍କ ଦ୍ଵାରା ଏହି ଡିଟୋନେଟର ଲୁଚାଇ ରଖାଯାଇଥିବା ଅନୁମାନ କରାଯାଉଛି । ଜବତ ଡିଟୋନେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । ତେବେ ପ୍ରକୃତରେ କିଏ ଏତେ ପରିମାଣର ଡିଟୋନେଟର ରଖିଥିଲା ସେନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Sent from my Samsung Galaxy smartphone.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.