ETV Bharat / bharat

ଶହୀଦ ଦିବସ: ସ୍ମୃତିରେ ଭଗତ ସିଂ, ସୁଖଦେବ ଓ ରାଜଗୁରୁ - ଶହୀଦ ଦିବସ

ଆଜି ସାରା ଦେଶ ପାଳୁଛି ଶହୀଦ ଦିବସ । ଦେଶମାତୃକା ପାଇଁ ଆଜିର ଦିନରେ ବଳିଦାନ ଦେଇଥିଲେ କ୍ରାନ୍ତିକାରୀ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ।

Saheed diwas 2020
ଶହୀଦ ଦିବସ: ସ୍ମୃତିରେ ଭଗତ ସିଂ, ଶୁଖଦେବ ଓ ରାଜଗୁରୁ
author img

By

Published : Mar 23, 2020, 10:15 AM IST

ନୂଆଦିଲ୍ଲୀ: ଦେଶର ଇତିହାସ ବଳିଦାନର ପୃଷ୍ଠାଭରା । ଶହ ଶହ ସଂଗ୍ରାମୀ ଏ ମାଟିରେ ଜନ୍ମି ଜନ୍ମଭୂମି ପ୍ରତି ସମର୍ପିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନ୍ୟତମ ଭଗତ ସିଂ । ଆଜି ବି ତାଙ୍କର ମହାନ କାମ ପିଢି ପରେ ପିଢିରେ ଅମର ହୋଇ ରହିଛି । ଏହି କ୍ରାନ୍ତିକାରୀ ଯବାନଙ୍କ ପାଇଁ ଭାରତ ଯୁବପିଢିଙ୍କୁ ପ୍ରେରଣା ଯୋଗାଇ ପାରିଛି । 1931 ମସିହା ଆଜିର ଦିନ(23 ମାର୍ଚ୍ଚ)ରେ କ୍ରାନ୍ତିକାରୀ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ହେଲେ ଆଖିରେ ନଥିଲା ଭୟ ବରଂ ଦେଶ ପାଇଁ ହସି ହସି ଦେଇଥିଲେ ପ୍ରାଣବଳି । ଆଜିର ଏହି ଦିନକୁ କ୍ରାନ୍ତିକାରୀ ଶହୀଦ ଦିବସ ରୂପେ ପାଳନ କରାଯାଉଛି ।

ଭଗତ ସିଂ 1907 ସେପ୍ଟେମ୍ବର 28ରେ ଜନ୍ମ ଗ୍ରହଣ କରିଥିଲେ । ଏକ ଶିଖ ପରିବାରରେ ଜନ୍ମିତ ଭଗତଙ୍କ ପରିବାର ମଧ୍ୟ ଦେଶପ୍ରେମୀ ଥିଲେ । ବାପା ଓ ଦାଦା ମଧ୍ୟ ଦେଶସେବା ପାଇଁ ଜେଲରେ ବନ୍ଦି ହୋଇଥିଲା । ଆଉ ସେହି ଠାରୁ ବୋଧେ ଦେଶସେବାର ପ୍ରେରଣା ପାଇଥିଲେ ଭଗତ । ବଡ ହୋଇ ସେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସହ ଭାରତକୁ ଆଜାଦି କରିବାରେ ଦିଗରେ ଅନେକ ସଙ୍ଗଠନରେ ସାମିଲ ହୋଇଥିଲେ । ଅନେକ ସଙ୍ଗଠନ ମଧ୍ୟ ଆଜାଦିର ଲଢେଇ ଲଢିଥିଲେ । ଭଗତ ନାଁ ଶୁଣିଲେ ଥରହର ହୋଇଉଠୁଥିଲେ ଇଂରେଜ ସରକାର ।

1928 ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପାଇଁ ଏକ ସାଇମନ କମିଶନ ନାମକ ଦଳକୁ ଭାରତ ପଠାଇଥିଲେ । ହେଲେ ଏହି କମିଶନରେ କୌଣସି ଭାରତୀୟ ନଥିବାରୁ କେତେକ ରାଜନୈତିକ ଦଳ ଏହାକୁ ବହିଷ୍କାର କଲେ । ଏହାପରେ ସାରା ଦେଶରେ ଏହି କମିଶନ ବିରୋଧରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା । 30 ଅକ୍ଟୋବର ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିବାବେଳେ ଲାଲା ଲଜପତ ରାୟ ଏହାକୁ ଜୋରଦାର ବିରୋଧ କରିଥିଲେ । ବ୍ରିଟିଶ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟଙ୍କ ନେତୃତ୍ବରେ ଲାଠି ଚାର୍ଚ୍ଚ କରାଯାଇଥିଲା । ଯେଉଁଥିରେ ଗୁରୁତର ଭାବେ ଆହତ ହୋଇଥିଲେ ଲାଲା ଲଜପତ ରାୟ । ପରେ ଲାଲାଜୀଙ୍କ ହୃଦଘାତରେ ଦେହାନ୍ତ ହୁଏ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଭଗତ ସିଂ, ରାଜଗୁରୁ, ଶୁଖଦେବ ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ଉଦ୍ୟମ କଲେ । ହେଲେ ଭୁଲବଶତଃ ସେମାନେ ପୋଲିସ ଅଫିସର ଜେମ୍ସ ସାଣ୍ଡର୍ସଙ୍କୁ ହତ୍ୟା କରିଥିଲେ ।

ଏହା ପରେ ସେମାନେ ଛଦ୍ମନାମ ବ୍ୟବହାର କରି ଲାଲାଜୀଙ୍କ ପ୍ରତିଶୋଧ ନେବାକୁ ଯୋଜନା କଲେ । ସାଣ୍ଡର୍ସଙ୍କୁ ମାରିବା ଉଦ୍ଦେଶ୍ୟରେ ପୋଷ୍ଟର ମଧ୍ୟ ଲଗେଇଲେ । ଏପରିକି ମାସ ମାସ ଧରି ଗୋପନରେ ରହିଥିଲେ ଭଗତ ସିଂ ।ପରେ 1929ରେ ବଟୁକେଶ୍ବର ଦତ୍ତଙ୍କ ସହାୟତାରେ ଦିଲ୍ଲୀର କେନ୍ଦ୍ରୀୟ ବିଧାନସଭାରେ ବୋମା ବିସ୍ଫୋରଣ କରିବା ପରେ ବ୍ରିଟିଶଙ୍କ ଆଗରେ ନିଜକୁ ନିଜେ ପୋଲିସଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ଭଗତ ସିଂ ।

ଭଗତ ସିଂ ଜେଲରେ ରହି ମଧ୍ୟ ଅନେକ ଦୁଃସାହସିକ କାର୍ଯ୍ୟକ୍ରମ କରିଥିଲେ । ତେଣୁ ବ୍ରିଟିଶ ସରକାର ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 1930ରେ ଏକ ଟ୍ରିବୁନାଲ ଗଠନ କରିଥିଲେ । ସ୍କାଣ୍ଡର୍ସଙ୍କ ହତ୍ୟାର କୌଣସି ପ୍ରମାଣ ନପାଇ ମଧ୍ୟ ଭଗତ ସିଂ ଓ ତାଙ୍କ ଦୁଇ ସାଥୀ ସୁଖଦେବ ଓ ରାଜଗୁରୁଙ୍କ ଉପରେ ଶୁଣାଣି କରାଯ।ଇ ତାଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ପ୍ରଥମେ ଫାଶୀ ପାଇଁ 24 ମାର୍ଚ୍ଚ 1931 ସ୍ଥିର କରାଯାଇଥିଲା । ହେଲେ ଆନ୍ଦୋଳନ ଦେଖି 1931 ମାର୍ଚ୍ଚ 23 ସଂନ୍ଧ୍ୟା ସମୟରେ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ହୁସେନ୍ନିୱାଲା ଜାତୀୟ ଶହୀଦ ମେମୋରିଆଲର ଏକ ସ୍ଥାନ ଯେଉଁଠି ଭଗତ ସିଂ, ରାଜଗୁର ଓ ଶୁଖଦେବଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.