ETV Bharat / bharat

ଦିଲ୍ଲୀରେ କୋରୋନା ସ୍ଥିତି ସ୍ବାଭାବିକ: ସତ୍ୟେନ୍ଦ୍ର ଜୈନ

ସାରା ଦେଶରେ 1 ଲକ୍ଷ ପାର କରିଛି କୋରୋନା ମୃତ୍ୟୁ ସଂଖ୍ୟା। ଏହାରି ମଧ୍ୟରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହାକୁ ଦୁଃଖଦାୟକ ବୋଲି କହିଛନ୍ତି । ତେବେ ଦିଲ୍ଲୀରେ କୋରୋନା ସ୍ଥିତି ସ୍ବାଭାବିକ ରହିଥିବା ସେ କହିଛନ୍ତି ।

ଦିଲ୍ଲୀରେ କୋରୋନା ସ୍ଥିତି ସ୍ବଭାବିକ
ଦିଲ୍ଲୀରେ କୋରୋନା ସ୍ଥିତି ସ୍ବଭାବିକ
author img

By

Published : Oct 3, 2020, 5:05 PM IST

ନୂଆଦିଲ୍ଲୀ: ସାରା ଦେଶରେ 1 ଲକ୍ଷ ପାର କରିଛି କୋରୋନା ମୃତ୍ୟୁ ସଂଖ୍ୟା। ଏହାରି ମଧ୍ୟରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହାକୁ ଦୁଃଖଦାୟକ ବୋଲି କହିଛନ୍ତି । ତେବେ ଦିଲ୍ଲୀରେ କୋରୋନା ସ୍ଥିତି ସ୍ବାଭାବିକ ରହିଥିବା ସେ କହିଛନ୍ତି ।

ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 85 ହଜାର ପାର କରିଛି । ସେହିପରି ପ୍ରତ୍ୟେକ ଦିନ ଦିଲ୍ଲୀରେ 35 ରୁ ଅଧିକ ଆକ୍ରାନ୍ତଙ୍କର ମୃତ୍ୟୁ ଘଟୁଛି । ଏହାକୁ ମିଶାଇ ଏଯାବତ୍ ଦିଲ୍ଲୀରେ ଏଯାବତ୍ 5500 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ମାତ୍ର ଗତ 2-3 ସପ୍ତାହ ମଧ୍ୟରେ କୋରୋନା ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହାକୁ ତାଙ୍କ କୋରୋନା ରଣନୀତିର ପ୍ରଭାବ ବୋଲି ବର୍ଣ୍ଣନା କରିଛନ୍ତି ।

ଲକଡାଉନ ପରେ ଦିଲ୍ଲୀରେ ଯେତେବେଳେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ରାଜ୍ୟରେ କୋରୋନା ମାମଲାରେ ବୃଦ୍ଧି ଘଟିଥିଲା। କିନ୍ତୁ ଏହାପରେ ଆମେ ଏକ ନୂତନ ରଣନୀତି ପ୍ରସ୍ତୁତ କଲୁ । କୋରୋନା ମାମଲାକୁ ଦୃଷ୍ଟିରେ ରଖି ଆମେ ରାଜ୍ୟରେ କୋରୋନା ଟେଷ୍ଟିଙ୍ଗ ବଢାଇଥିଲୁ । ବର୍ତ୍ତମାନ ନୂଆ ରଣନୀତି ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.