ETV Bharat / bharat

ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟରେ ନୂଆ ଦାୟିତ୍ବ, ବିରୋଧ କଲା କଂଗ୍ରେସ - ପ୍ରତିରକ୍ଷା ମନ୍ତ୍ରାଳୟର କମିଟିରେ ସ୍ଥାନ ପାଇଲେ ସାଧ୍ବୀ ପ୍ରଜ୍ଞା

ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ ରୂପରେ ଚୟନ କରାଯାଇଛି । ଯାହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି ।

ଫାଇଲ ଫଟୋ
author img

By

Published : Nov 21, 2019, 12:16 PM IST

Updated : Nov 21, 2019, 1:07 PM IST

ନୂଆଦିଲ୍ଲୀ: ଭୋପାଳର ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର କମିଟିରେ ବଡ ଦାୟିତ୍ବ ମିଳିଛି । ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ ରୂପରେ ଚୟନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷତା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କରୁଛନ୍ତି ।

ପ୍ରତିରକ୍ଷା ମାମଲାର ଏହି କମିଟିରେ ସର୍ବମୋଟ 21 ଜଣ ସଦସ୍ୟ ରହିଛନ୍ତି । ସେଥିମଧ୍ୟରୁ ସାଧ୍ବୀ ପ୍ରଜ୍ଞା ଅନ୍ୟତମ । କମିଟିରେ ପ୍ରଜ୍ଞାଙ୍କ ବ୍ୟତୀୟ ଫାରୁକ ଅବ୍ଦୁଲା, ଏ ରାଜା, ସୁପ୍ରିୟା ସୁଲେ, ମିନାକ୍ଷୀ ଲେଖୀ, ରାକେଶ ସିଂହ, ଶରଦ ପାୱାର ଏବଂ ଜେପି ନଡ୍ଡା ପ୍ରମୁଖ ସଦସ୍ୟ ଶାମିଲ ଅଛନ୍ତି ।

ସେପଟେ ପ୍ରଜ୍ଞାଙ୍କ ଏହି ଦାୟିତ୍ବକୁ ବିରୋଧ କରିଛି କଂଗ୍ରେସ । ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଦଳ ପକ୍ଷରୁ କୁହାଯାଇଛି । କମଲନାଥ ସରକାରଙ୍କ ମନ୍ତ୍ରୀ ପିସି ଶର୍ମା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି, ବିଜେପିର କହିବା ଏବଂ କରିବା ମଧ୍ୟରେ ଅନେକ ତଫାତ ରହିଛି ।

Intro:Body:

BANAJA

Conclusion:
Last Updated : Nov 21, 2019, 1:07 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.