ETV Bharat / bharat

ସାଧ୍ବୀଙ୍କ ସାଧୁ ନିଷ୍ପତ୍ତି: ଦେଶ ପାଇଁ ଦାନ କରିବେ ଦରମା - salary

ବିବାଦୀୟ ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରୁହନ୍ତି ଭୋପାଳ ସାଂସଦ ସାଧ୍ବୀ । ହେଲେ ବର୍ତ୍ତମାନ ତାଙ୍କୁ ନିଜ ନିଷ୍ପତ୍ତି ଲାଗି ସମସ୍ତେ ପ୍ରଶଂସା କରୁଛନ୍ତି ।

ଫାଇଲ ଫଟୋ
author img

By

Published : May 29, 2019, 11:30 PM IST

ନୂଆଦିଲ୍ଲୀ: ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁର । ହେଲେ ବର୍ତ୍ତମାନ ସେ ଏପରି କିଛି ନିଷ୍ପତ୍ତି ନେଇଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ନିକଟରେ ନିଜ ଦରମାକୁ ଦେଶର ଆବଶ୍ୟକୀୟ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବେ ବୋଲି ସାଧ୍ବୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ପରାସ୍ତ କରିଛନ୍ତି ପ୍ରଜ୍ଞା । ତେବେ ସାଂସଦ ଭାବେ ସେ ପାଇବାକୁ ଥିବା ଦରମାକୁ ନିଜ ପାଇଁ ଖର୍ଚ୍ଚ କରିବେ ନାହିଁ ବୋଲି କହିଛନ୍ତି । ଏହାକୁ ଦେଶ ଲାଗି ସେ ଖର୍ଚ୍ଚ କରିବେ । ସେ ଏପର୍ଯ୍ୟନ୍ତ ଯେମିତି ଜୀବନ ଜୀଇଁଛନ୍ତି ଠିକ୍‌ ସେହିଭଳି ହିଁ ଆଗକୁ ମଧ୍ୟ ବଞ୍ଚିବା ଜାରି ରଖିବେ ବୋଲି କହିଛନ୍ତି ।

ସାଧ୍ବୀ ମଙ୍ଗଳବାର ଗାଜିଆବାଦର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ ଭିକ୍ଷାରେ ମିଳୁଥିବା ଭୋଜନ ଏବଂ ବସ୍ତ୍ରରେ ସେ ନିଜର ଜୀବନଯାପନ କରିବେ । ତେବେ ଶେଷରେ ସେ ପୁଣି ଏକ ବୟାନ ଦେଇଥିଲେ ଯାହା ଆଗାମୀ ଦିନରେ ତାଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ । ଜେଲରେ ବିତାଇଥିବା ଦିନ ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ତାଙ୍କୁ ମିଳିଥିବା କଷ୍ଟ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ବୀର ଯବାନଙ୍କ ଆଗରେ କିଛି ବି ନୁହେଁ ।

ସ୍ଲଗ -  ଚାଲିଛି ମୁସଲିମଙ୍କ ରମଜାନ ପାଳନ, ନିର୍ଜଲା ଉପବାସରେ କଟୁଛି ଦିନ ଅପେକ୍ଷା ଇଦର ଚାନ୍ଦକୁ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୨୯-୦୫-୧୯
ଫରମାଟ -ପେକେଜ
ଏଙ୍କର-
ବଲାଗିଂରରେ ଅତି ନିଷ୍ଠା ଓ ରିତି ନିତୀ ପରମ୍ପରା ଅନୁସାରେ ଚାଲିଛି ମୁସଲମାନ ମାନଙ୍କ ରମଜାନ ପାଲନ । ମୁସଲମାନ ମାନଙ୍କର ଗୋଟିଏ ମାସର କଡା ନିର୍ଜଲା ଉପବାସର ଏହି ମାସ ରମଜାନ ମାସ ଆଉ ସପ୍ତାହେ ପରେ ସରିବ । ସମସ୍ତଙ୍କର ଅପେକ୍ଷା ଏବେ ଇଦର ଚାନ୍ଦକୁ । ଚନ୍ଦ୍ର ଦେଖା ଦେଲେ ମୁସଲମାନ ମାନେ ପାଳନ କରିବେ ତାଙ୍କର ପବିତ୍ର ଇଦଉଲ ଫିତର ପର୍ବ । ନୁତନତ୍ତ୍ୱର ଏହି ପର୍ବରେ ସବୁ ହେବ ନୂଆ ଯାହାପାଇଁ ଏବେଠୁ ସବୁ ମୁସଲମାନ ଭାଇ ଭଉଣୀ ମାନେ ଲାଗି ପଡିଛନ୍ତି ପ୍ରସ୍ତୁତିରେ ।  
ଭି ଓ ୧- 
ମୁସଲମାନ ମାନଙ୍କର ଏବେ ରମଜାନ ମାସ ଚାଲିଛି ,ଏବଂ ନିର୍ଜଲା ଉପବାସରେ କଟୁଛି ସମସ୍ତଙ୍କର ଦିନ । ଗୋଟିଏ ମାସର କଡା ନିର୍ଜଲା ଉପବାସର ଏହି ରମଜାନ ମାସ ଆଉ ସପ୍ତାହେ ଗଲେ ଇଦର ଚାନ୍ଦ ଦେଖା ହେଲେ ସରିବ ।  ତେବେ ଏହି ମାସରେ ସବୁ ମୁସଲମାନ ମାନେ ଦିନ ସାରା ନିର୍ଜଲା ଉପବାସ ରଖିବା ସହ ଅଲ୍ଲାହଙ୍କ ଇବାଦତରେ ବିତାଉଛନ୍ତି ସାରା ରମଜାନ ମାସ  । ସକାଲୁ ସୁର୍ଯୌାଦୟ ପୁର୍ବରୁ ସେହରୀ ବା ଅଲ୍ଲାହଙ୍କ ଠାରେ ପ୍ରାଥନା କରି ଉପବାସ ବା ରୋଜା ଆରମ୍ଭ କରି ପୁଣି ସନ୍ଦ୍ୟାରେ ଅଲ୍ଲାହଙ୍କ ଠାରେ ପ୍ରାଥନା କରି ଇଫତାରି ବା ରୋଜା ଖୋଲୁଛନ୍ତିି । ଇତି ମଧ୍ୟରେ ସବୁ ମୁସଲମାନଙ୍କ ଘରେ ଘରେ ସବୁ ମହିଲା ମାନେ ଦିନ ତମାମ ପାଞ୍ଚ ଥର ନମାଜ ପଢିବା ସହ ପବିତ୍ର ଗ୍ରନ୍ଥ କୋରାନ ପାଠ କରୁିଛନ୍ତି । ତେବେ ଦିନ ତମାମର ଉପବାସ ରୋଜା ଓ ଅଲ୍ଲାହଙ୍କ ଇବାଦତର ଏହି ରମଜାନ ମାସ ପରେ ଏବେ ସମସ୍ତଙ୍କର ଅପେକ୍ଷା ଅଛି ଇଦର ଚାନ୍ଦକୁ । ଯାହାପରେ ପାଲନ ହେବ ନୁତନତ୍ତ୍ୱର ପବିତ୍ର ଇଦଉଲ ଫିତର । ଏବଂ ଏଥିପାଇଁ  ଏବେ ସବୁ ଘରେ ସମସ୍ତେ ଲାଗି ପଡିଛନ୍ତି ଏହାର ପ୍ରସ୍ତୁତି ପାଇଁ । ନୂଆ ପୋଷାକ, ସୁସ୍ୱାଦୁ ଖାଦ୍ୟ ଇତ୍ୟାଦିର ସମସ୍ତେ ଯୋଗାଡରେ ଏବେ ବ୍ୟସ୍ତ ଅଛନ୍ତି । ଏବଂ ହସ ଉଲ୍ଲାସରେ ଭାଇଚାରର ସହିତ ସମସ୍ତେ ମିଳି ମିଶି ଗଲା ମିଲି ଇଦ ପାଲନ କରିବେ ବୋଲି କହିଛନ୍ତି । ରମଜାନ ମାସକୁ ଅଲ୍ହାଙ୍କ ଇବାଦତର ମାସ ଆକାରରେ ମହିଲା ମାନେ ନିଷ୍ଠାର ସହ ଘରେ ଘରେ ରୋଜା ରଖି ଅଲ୍ହାଙ୍କ ଇବାଦତ କରୁଥିବା ବେଲେ ପୁରୁଷ ମାନେ ସାମୁହିକ ଭାବରେ  ମସଜିଦରେ ନମାଜ ଓ କୋରାନ ପାଠ କରୁିଛନ୍ତି । ତେବେ ଏହି ମାସରେ ମୁସଲମାନ ମାନଙ୍କୁ ଅଲ୍ଲାହ କୋରାନ ପ୍ରଦାନ କରିଥିଲେ ଏବଂ ଏହି ମାସରେ କୋରାନ ପଢିଲେ ତଥା ଅଲ୍ଲାହଙ୍କ ଇବାଦତ କଲେ ପୁଣ୍ୟ ପ୍ରାପ୍ତ ହୋଇଥାଏ । ସେହିପରି ଏହି ମାସରେ ଗରିବ ମାନଙ୍କୁ ଫିତରା ବା ଦାନ ଦିଆ ଯାଇଥାଏ ଏବଂ ସମସ୍ତେ କେମିତି ଇଦ ଭଲରେ ପାଳନ କରିବେ ତାପ୍ରତି ସମସ୍ତେ ଧ୍ୟାନ ଦେଇଥାନ୍ତି । 
            ବାଇଟ – ତବସ୍ସୁମ ବେଗମ- ମୁସଲମାନ ମହିଲା
ବାଇଟ- ଅବଦୁଲ ମୁଜିବ- ମୁସଲମାନ ଭାଇ
ଏଫ ଭି ଓ 
କଡା ନିର୍ଜଲା ଉପବାସ ପରେ ଇଦ ଉଲ ଫିତର ପର୍ବକୁ ମୁସଲମାନ ମାନେ ଅଲ୍ହାଙ୍କ ଆର୍ଶିବାଦ ଆକାରରେ ନେଇ ଥାନ୍ତି ।ଏବଂ ଏଥିପାଇଁ ହସ ଉଲ୍ଲାସରେ ଏହାକୁ ପାଲିବା ପାଇଁ ସମସ୍ତେ ଏବେ ମସଗୁଲ ଅଛନ୍ତି ।
visual by ftp 
byte by mojo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.