ETV Bharat / bharat

ବରେଲୀରେ ନାଗାସାଧୁଙ୍କୁ ନିର୍ମମ ହତ୍ୟା - ବରେଲୀରେ ନାଗାସାଧୁଙ୍କ ନିର୍ମମ ହତ୍ୟା

ଉତ୍ତରପ୍ରଦେଶରେ ନାଗା ସାଧୁ ସୁରଜ ଗିରିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଅଳିଆଗଦାରୁ ମିଳିଲା ମୃତଦେହ । ଅଧିକ ପଢନ୍ତୁ...

ବରେଲୀରେ ନାଗାସାଧୁଙ୍କ ନିର୍ମମ ହତ୍ୟା
ବରେଲୀରେ ନାଗାସାଧୁଙ୍କ ନିର୍ମମ ହତ୍ୟା
author img

By

Published : Jul 21, 2020, 9:51 PM IST

ଲକ୍ଷ୍ନୌ: ଦେଶରେ ବାରମ୍ବାର ସାଧୁଙ୍କୁ ହତ୍ୟା ଖବର ସାମ୍ନାକୁ ଆସୁଛି । ସାଧୁଙ୍କ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ଅସାମାଜିକ ବ୍ୟକ୍ତି । ଏପରିସ୍ଥିତିରେ ଉତ୍ତରପ୍ରଦେଶର ବରେଲୀରେ ଜଣେ ନାଗା ସାଧୁ ତଥା ମନ୍ଦିରର ପୁଜାରୀଙ୍କୁ ପିଟିପିଟି ନିର୍ମମ ଭାବରେ ହତ୍ୟା କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ହୋଇଥିବା ସ୍ପଷ୍ଟ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଜାରି ରଖିଛି ।

ବରେଲୀରେ ନାଗାସାଧୁଙ୍କ ନିର୍ମମ ହତ୍ୟା

ଅଳିଆଗଦାରେ ପଡିଥିବା ମୃତଦେହକୁ ପୋଲିସ ଛାନଭିନ କରୁଥିବା ଏହି ଦୃଶ୍ୟ ଶାହୀ ହଳଦୀକଳା ଗାଁର । ଏହି ଦୃଶ୍ୟକୁ ଦେଖିଲେ କୌଣସି ବି ଲୋକର ଛାତି ଥରି ଉଠିବ । ଏହି ଗାଁର ଜଣେ ପୁଜାରୀଙ୍କୁ ପିଟିପିଟି ହତ୍ୟା କରିଦିଯାଇଛି । ନାଗା ସାଧୁ ସୁରଜଗିରି ଏଠାରେ ଏକ ପ୍ରାଚୀନ ମନ୍ଦିରରେ ଦୀର୍ଘ 25 ବର୍ଷ ଧରି ପୂଜାର୍ଚ୍ଚନା କରିଆସୁଥିଲେ । ଶନିବାର ବିଳମ୍ବିତ ରାତିରେ କିଛି ପିଲା ପୋଲିସ ଓ ଆର୍ମି ପରୀକ୍ଷା ପାଇଁ ଏଠାରେ ପ୍ରସ୍ତୁତି ଚଳାଇଥଇଲେ । ତେବେ ପୁଜାରୀଙ୍କ ସହ କିଛି ବ୍ୟକ୍ତିଙ୍କ ଯୁକ୍ତିତର୍କ ହେଉଥିବା ନେଇ ଏମାନେ ଗାଁ ଲୋକଙ୍କୁ ଅବଗତ କରାଇଥିଲେ ।

ଖବର ପାଇ ସମସ୍ତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରେ ବାବା ସୁରଜ ଗିରି ମିଳିନଥିଲେ । ଏହାପରେ ଗାଁ ଲେକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ପରେ ଅଳିଆଗଦାରୁ ସାଧୁଙ୍କ ମୃତଦେହ ମିଳିଥିଲା ।

ପୋଲିସ ଏବେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଚଳାଇଥିବା ବେଳେ ପୁଜାରୀଙ୍କ ହତ୍ୟା ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.