ETV Bharat / bharat

ଶହୀଦଙ୍କୁ ସାଲ୍ୟୁଟ, ପରିବାରକୁ ସମବେଦନା ଜଣାଇଲା ଭାରତୀୟ ସେନା - ଭାରତ ଚୀନ ଖବର

ଗଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଭାରତୀୟ ସେନା
ଭାରତୀୟ ସେନା
author img

By

Published : Jun 17, 2020, 7:13 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉପୁଜିଥିବା ଉତ୍ତେଜନାକୁ ନେଇ ଚୀନ ପ୍ରତି କଡା ଆଭିମୁଖ୍ୟ ରଖିଛି ଭାରତୀୟ ସେନା । ଗଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ଯବାନଙ୍କ ବଳିଦୀନ ବ୍ୟର୍ଥ ଯିବନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଭାରତୀୟ ସେନା ପକ୍ଷରୁ ଏନେଇ ଟ୍ବିଟ କରି କୁହାଯାଇଛି, 'ସ୍ଥଳସେନା ମୁଖ୍ୟ ଏମଏମ ନରୱଣେ ଏବଂ ସମସ୍ତ ରାଙ୍କର ଅଧିକାରୀ ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ସାଲ୍ୟୁଟ କରୁଛନ୍ତି । ଶହୀଦଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ । ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ।'

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚୀନ ପ୍ରତି କଡା ପ୍ରତିକ୍ରିୟା ଦେଇ କହିଥିଲେ, ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ପ୍ରବର୍ତ୍ତାଇଲେ ତାହାର ଦୃଢ ଜବାବ ଦେବାକୁ ଆମେ ସକ୍ଷମ ବୋଲି ମୋଦି କହିଥିଲେ ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମାରେ ଗଲୱାନ ଘାଟିରେ ଥିବା ପଏଣ୍ଟ 14କୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନରୁ ଉତ୍ତେଜନା ଲାଗିରହିଛି । ଇତି ମଧ୍ୟରେ ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଲଦାଖର ଗାଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.