ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଦେଶର ମହାନ ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ଏହି ଅବସରରେ ସ୍ବାଧିନତା ସଂଗ୍ରାମୀଙ୍କ ବଳିଦାନ ଦେଶର ସମସ୍ତ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା ଆବଶ୍ୟକ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।
ଉପରାଷ୍ଟ୍ରପତି କହିଛନ୍ତି ଦେଶର ଐତିହାସିକ ଘଟଣାକ୍ରମର ଏକ ବ୍ୟାପକ ଓ ବସ୍ତୁନିଷ୍ଠ ଆଲେଖ୍ୟ ମଧ୍ୟ ପ୍ରଦାନ କରିବା ଆବଶ୍ୟକ । ଏହାସହ ଉପରାଷ୍ଟ୍ରପତି ଦେଶର ଯୁବଶକ୍ତିଙ୍କୁ ନେତାଜୀଙ୍କ ଜୀବନରୁ ପ୍ରେରଣା ଲାଭ କରିବା ସହ ଏକ ନୂଆ ଭାରତ ଗଠନ ଦିଗରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି।
ନାଇଡୁ କହିଛନ୍ତି, ମହାମାରୀ କୋରୋନା ଭାରତ ଭଳି ଦେଶମାନଙ୍କ ପାଇଁ ପ୍ରକୃତ ଆତ୍ମନିର୍ଭରଶୀଳ ହୋଇ ଏକ ସ୍ଥିର ଅର୍ଥନୀତି ଗଠନ ପାଇଁ ତତ୍ପରତାକୁ ସୂଚିତ କରିଛି। ତେବେ ଅନୁସନ୍ଧାନ ମାଧ୍ୟମରେ ବେସରକାରୀ ଓ ସରକାରୀ କ୍ଷେତ୍ର ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଦେବାର ଆବଶ୍ୟକ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।