ETV Bharat / bharat

ରାଜସ୍ଥାନ ଘୋଡା ବେପାର ମାମଲା: କଂଗ୍ରେସ ବିଧାୟକଙ୍କୁ ପାଇଲଟଙ୍କ ଲିଗାଲ ନୋଟିସ୍

author img

By

Published : Jul 22, 2020, 8:14 AM IST

କଂଗ୍ରେସ ବିଧାୟକ ଗିରିରାଜ ମାଲିଙ୍ଗାଙ୍କୁ ସଚିନ ପାଇଲଟ ବିଜେପିରେ ମିଶିବା ପାଇଁ 35 କୋଟି ଯାଚିବା ଅଭିଯୋଗରେ ସଚିନ ତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଅଧିକ ପଢନ୍ତୁ...

35 କୋଟି ଯାଚିବା ଅଭିଯୋଗ ମାମଲା: ବିଧାୟକ ଗିରିରାଜ ମାଲିଙ୍ଗାଙ୍କୁ ଲିଗାଲ ନୋଟିସ ପଠାଇଲେ ସଚିନ ପାଇଲଟ

ଜୟପୁର:ରାଜସ୍ଥାନ ରାଜନୀତିରେ ଚାଲିଥିବା କ୍ଷମତା ଯୁଦ୍ଧ ଏବେ ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଅନ୍ୟପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଭିତରେ ସରକାରକୁ ଭାଙ୍ଗିବାକୁ ଘୋଡାବେପାର ହୋଇଥିବା ଅଭିଯୋଗ ହେଉଛି ।

ଏସବୁ ଭିତରେ କଂଗ୍ରେସ ବିଧାୟକ ଗିରିରାଜ ମାଲିଙ୍ଗା ଦଳ ଛାଡିବା ପାଇଁ ଖୋଦ ସଚିନ ପାଇଲଟ ହିଁ ତାଙ୍କୁ 35 କୋଟି ଟଙ୍କା ଯାଚୁଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ସଚିନ । ଏନେଇ ଗିରିରାଜଙ୍କ ବିରୋଧରେ ଆଇନ ସଙ୍ଗତ ନୋଟିସ୍‌ ପଠାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ସଚିନ ପାଇଲଟ ତାଙ୍କୁ ଦଳ ଛାଡିବାକୁ 35 କୋଟି ଟଙ୍କା ଅଫର କରିଥିବା ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ଗିରିରାଜ ମାଲିଙ୍ଗା । ଏହି କଥା ମୁଁ ଇଶ୍ବରଙ୍କ ପ୍ରତିମା ଉପରେ ହାତ ରଖି କହିପାରେ ବୋଲି ସେ ଦୃଢତାର ସହ କହିଥିଲେ ।

ଏହାସହ ଡିସେମ୍ବର ମାସରେ ପାଇଲଟଙ୍କୁ ତାଙ୍କ ଘରେ ଭେଟିଥିଲି । ଏହି ସମୟରେ ମୋତେ ସେ ଟଙ୍କା ଅଫର କରିଥିଲେ । ରାଜ୍ୟସଭା ନିର୍ବାଚନ ସମୟରେ ମଧ୍ୟ ସେ ଅଫର କରଥିବା କଥା ହୋଟେଲ ଫେୟାରମେଣ୍ଟ ବାହାରେ ଗଣମାଧ୍ୟମକୁ କହିଥିଲେ ମାଲିଙ୍ଗା ।

ଏହାପରେ ଏହାର କୌଣସି ପ୍ରମାଣ ରହିଛି କି ବୋଲି ପଚରାଯିବାରୁ ମୁଁ କୌଣସି ରେକର୍ଡିଂ କରିନାହିଁ କିମ୍ବା ରେକର୍ଡିଂ କିପରି କରାଯାଏ ଜାଣେ ନାହିଁ । ବିଜେପି ମୋ ସହିତ କେବେ ବି ଯୋଗାଯୋଗ କରିନଥିଲା । କେବଳ ସଚିନ୍ ପାଇଲଟ ମୋତେ ଟଙ୍କା ଅଫର କରିଥିଲେ । ମୋତେ ବିଜେପିରେ ଯୋଗଦେବାକୁ କୁହାଯାଇଥିଲା । ମୁଁ ସ୍ପଷ୍ଟ ଭାବେ କହିଥିଲି ଯେ ମୁଁ ବିଜେପି ଯିବି ନାହିଁ । 35 କୋଟି ଟଙ୍କା ଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା ବୋଲି ସେ କହିଥିଲେ ।

ତେବେ ଏନେଇ ସଚିନ ତାଙ୍କ ପାଖକୁ ନୋଟିସ୍‌ ପଠାଇଥିବା ସୂଚନା ମିଳିଛି । ଗିରିରାଜ ମାଲିଙ୍ଗା ଲଗାତାର ତିନି ଥର ବିଧାୟକ ରହିଛନ୍ତି । ପ୍ରଥମ ଥର ପାଇଁ ସେ ବିଏସପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ବିଏସପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

ସୂଚନାଥାଉକି, କଂଗ୍ରେସ କ୍ଷମତା କନ୍ଦଳ ମଧ୍ୟରେ ରାଜ୍ୟରେ ବିଜେପି ଘୋଡାବେପାର କରି କଂଗ୍ରେସ ସମର୍ଥିତ ବିଧାୟକଙ୍କୁ ନେବାକୁ ଚେଷ୍ଟା କରୁଥିବାର ମଧ୍ୟ କଂଗ୍ରେସ ଅଭିଯୋଗ କରିଛି । ଘୋଡାବେପାରକୁ ନେଇ ଏକ ଭାଇରାଲ ଅଡିଓକୁ ଆଧାର କରି କଂଗ୍ରେସ ବିଜେପିକୁ ଦାୟୀ କରିବା ସହ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛି ।

ଯେଉଁଥିଲାଗି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏସଓଜି ନୋଟିସ ଜାରି କରିଛି । ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଓ ଭୱର ଲାଲ ଶର୍ମାଙ୍କୁ ବି ନୋଟିସ ଜାରି କରିଛି ଏସଓଜି । ଏହାର ପ୍ରତିଜବାବରେ ଫୋନ ଟ୍ୟାପିଂର ଅଭିଯୋଗ ବିଜେପି ଆଣି ଏହାର ସିବିଆଇ ତଦନ୍ତ ଦାବି କରିଛି । ତେବେ ଏସବୁ ଭିତରେ ଏସଓଜି ଘୋଡାବେପାର ମାମଲାରେ ଜଣଙ୍କୁ ଗିରଫ କରିବା ଓ ଫୋନ ଟ୍ୟାପିଂକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ଖବରକୁ ଅଧିକ ଚର୍ଚ୍ଚାର ପରିସରକୁ ଆଣିଛି ।

ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.