ETV Bharat / bharat

କଙ୍ଗନା ଓ ଘରୋଇ ଚ୍ୟାନେଲକୁ ସମର୍ଥନ କରି ରାଜନୀତି କରୁଛି ବିଜେପି: ସାମନା - ସୁଶାନ୍ତ ସିଂ ମୃତ୍ୟୁ ମାମଲା

ଆଜି ’ସାମନା’ ତାର ଏଡିଟୋରିଆଲ ପେଜରେ ରାଜନୈତିକ ଏଜେଣ୍ଡା ସାମ୍ନାକୁ ଆଣିବାକୁ ଦେଶଦ୍ରୋହ ସାମ୍ବାଦିକ ଓ ରାଜଦ୍ରୋହୀ କଙ୍ଗନାଙ୍କୁ ସମର୍ଥନ କରିବାର ଅର୍ଥ ’ହାରମଖୋର’ ଏବଂ ମୁମ୍ବାଇ ମାତାଙ୍କ ଅପମାନ କରିଥିବା ବେଇମାନ ମାନେ ବୋଲି କହିଛି । ଅଧିକ ପଢନ୍ତୁ...

ବିଜେପିକୁ ଶିବସେନା ମୁଖପାତ୍ର ’ସାମନା’ ର ଟାର୍ଗେଟ

author img

By

Published : Sep 9, 2020, 12:57 PM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଏବେ ରାଜନୈତିକ ଏଜେଣ୍ଡାରେ ପରିଣତ ହୋଇଛି । ସୁଶାନ୍ତ ସିଂଙ୍କ ରହସ୍ୟମୟ ମୃତ୍ୟୁର ଯାଞ୍ଚକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇ କୁ ’ପାକ୍‌ ଅଧିକୃତ’ କହିବା ସହ ପୋଲିସକୁ ସମାଲୋଚନା କରିଛନ୍ତି । ଏକ ଘରୋଇ ଗଣମାଧ୍ୟମର ସାମ୍ବାଦିକ ବାରମ୍ବାର ମୁମ୍ବାଇରେ ଡ୍ରଗ୍ସ କାରବାରକୁ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ସେପଟେ, ମୁମ୍ବାଇକୁ ଅପମାନ କରିବା ପରେ କେନ୍ଦ୍ର ସରକାର କଙ୍ଗନାଙ୍କୁ ସୁରକ୍ଷା ପାଇଁ 'Y' ପ୍ଲସ ସୁରକ୍ଷା ଦେଇଛନ୍ତି । ଯାହାକୁ ନେଇ ଆଜି ଶିବସେନା ମୁଖପାତ୍ର ’ସାମନା’ ତାର ଏଡିଟୋରିଆଲ ପେଜରେ କେନ୍ଦ୍ର ସରକାର ତଥା ବିଜେପିକୁ ଟାର୍ଗେଟ କରିଛି ।

ଆଜି ’ସାମନା’ ତାର ଏଡିଟୋରିଆଲ ପେଜରେ ରାଜନୈତିକ ଏଜେଣ୍ଡା ସାମ୍ନାକୁ ଆଣିବାକୁ ଦେଶଦ୍ରୋହ ସାମ୍ବାଦିକ ଓ ରାଜଦ୍ରୋହ କଙ୍ଗନାଙ୍କୁ ସମର୍ଥନ କରିବାର ଅର୍ଥ ’ହାରମଖୋର’ ଏବଂ ମୁମ୍ବାଇ ମାତାଙ୍କ ଅପମାନ କରିଥିବା ବେଇମାନ ମାନେ ବୋଲି କହିଛି ।

ମୁମ୍ବାଇ ମହାରାଷ୍ଟ୍ର ରାଜଧାନୀ ସହ ଦେଶର ଆର୍ଥିକ ପେଣ୍ଠସ୍ଥଳୀ ମଧ୍ୟ । ଏହି ମୁମ୍ବାଇ ପାଇଁ 106 ଜଣ ମରାଠୀ ଲୋକ ବଳିଦାନ ଦେଇଥିଲେ । ଏଥିପାଇଁ ମୁମ୍ବାଇ ମହାରାଷ୍ଟ୍ରର । ମୁମ୍ବାଇରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁସ୍ଥାନୀ । ଏହା ପୂର୍ବରୁ ଏହା ଛତ୍ରପତି ଶିବାଜୀଙ୍କ ମହାରାଷ୍ଟ୍ର । ଯେଉଁମାନେ ମୁମ୍ବାଇକୁ ପାକ ଅଧିକୃତ ଅଞ୍ଚଳ ସହ ତୁଳନା କରିବା ସହ ପୋଲିସଙ୍କୁ ସମାଲୋଚନା କରିବା ସେମାନଙ୍କ ବିକୃତ ମାନସିକର ଏହା ଲକ୍ଷଣ । ମହାରାଷ୍ଟ୍ରରେ 22 କୋଟି ମରାଠୀ ଜନତା ଓ ମୁମ୍ବାଇର ଅପମାନ ଅର୍ଥ ଦେଶଦ୍ରୋହ ଭଳି ଏକ ଅପରାଧ ପରି । କିନ୍ତୁ ଏପରି ଅପରାଧିଙ୍କୁ ରାଷ୍ଟ୍ରଭକ୍ତ ମୋଦି ସରକାରର ଗୃହମନ୍ତ୍ରଣାଳୟ ସୁରକ୍ଷା କବଚ ଦେଇ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଯାହାର ଅର୍ଥ ସେମାନେ ଶହୀଦ ହୋଇଥିବା 106 ମରାଠୀଙ୍କୁ ବିଜେପି ଅପମାନ କରିଛି ବୋଲି ସାମନା ତାର ଏଡିଟୋରିଆଲ ପେଜରେ ଲେଖିଛି ।

ମରାଠୀ ବ୍ୟକ୍ତି ସର୍ବଦା ବିକୃତ ଲୋକମାନଙ୍କ ବିରୁଦ୍ଧରେ ଲଢେଇ କରି ଆସିଛନ୍ତି । ଯଦି କେହି ଆସି ମହାରାଷ୍ଟ୍ରର ରାଜଧାନୀକୁ ଚାପୁଡ଼ା ମାରନ୍ତି, ଯଦି କେହି ଚିତ୍କାର କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରନ୍ତି, ତେବେ ସମଗ୍ର ମହାରାଷ୍ଟ୍ର ଏହାର ବିରୋଧୀ ହେବା ଉଚିତ୍ । କିନ୍ତୁ ଏପରି ସ୍ଥିତିରେ କେନ୍ଦ୍ର ସରକାର ମୁମ୍ବାଇ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କୁ ସିଧାସିଧା ସମର୍ଥନ କରୁଛନ୍ତି ।

ମହାରାଷ୍ଟ୍ର କ୍ରୋଧିତ କିନ୍ତୁ ଭାରତୀୟ ଜନତା ପାର୍ଟି ଯେଉଁମାନେ ମୁମ୍ବାଇ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରୁଛନ୍ତି ସେମାନଙ୍କୁ ସିଧାସଳଖ ସମର୍ଥନ କରୁଛନ୍ତି। ଇତି ମଧ୍ୟରେ, ମୁମ୍ବାଇ ଉପରେ ନିଜର ଅଧିକାର ଜାହିର କରିବାକୁ ଅନେକ ଲୋକ ଆଗକୁ ଆସିଛନ୍ତି। ଯଦି କେହି ଅହମ୍ମଦାବାଦ, ଗୁରୁଗାଓଁ, ଲକ୍ଷ୍ନୌ, ବାରାଣାସୀ, ରାଞ୍ଚି, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଭୋପାଳ ଭଳି ସହର ବିଷୟରେ ଅପମାନଜନକ ବକ୍ତବ୍ୟ ଦେଇଥାନ୍ତେ, ତେବେ କେନ୍ଦ୍ର ତାଙ୍କୁ 'Y' ସୁରକ୍ଷା ଦେଇଥାନ୍ତା କି? ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଗୃହମନ୍ତ୍ରୀ ଶାହାଙ୍କ ନାମ 'ଆରେ-ତୁରେ' ବୋଲି କହିଥିବା ଏକ ଘରୋଇ ଚ୍ୟାନେଲର ମାଲିକମାନଙ୍କୁ ବିଜେପି ଏପରି ସମର୍ଥନ ଦେଇଥାନ୍ତା କି? ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି ସାମନା ।

ଆଜି ମହାରାଷ୍ଟ୍ର ଦେଶଦ୍ରୋହୀଙ୍କ ସହ ସମସ୍ତ ବିଜେପି ଯେପରି ଛିଡା ହୋଇଛି ଠିକ ସେହି ପରି ଯଦି ଚୀନ ସେନା ସହ ମୁକାବିଲା କରିଥାନ୍ତେ ତେବେ ଆମ ସୀମାରେ ଚୀନ ଅନୁପ୍ରବେଶ କରିପାରନ୍ତା ନାହିଁ । ଲଦାଖ ଏବଂ ଅରୁଣାଚଳ ସୀମାରେ ଦେଶ ଅପମାନିତ ହୋଇନଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ରୂପରେ ମୋଦିଙ୍କ ଅପମାନ ମଧ୍ୟ ଶିବସେନା କଦାପି ସହ୍ୟ କରିବ ନାହିଁ କାରଣ ସେ ଦେଶର ପ୍ରଧାନମନ୍ତ୍ରୀ । ଠିକ ସେହିପରି କୌଣସି ମୁଖ୍ୟମନ୍ତ୍ରୀଙ୍କ ଅପମାନ ଅତ୍ୟନ୍ତ ଲଜ୍ୟା ଜନକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.