ETV Bharat / bharat

ତିନି ଦିନିଆ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଭାରତ-ଚୀନ ମଧ୍ୟରେ ପର୍ଯ୍ୟଟନ, କଳା, ଚଳଚ୍ଚିତ୍ର, ଗଣମାଧ୍ୟମ, ସଂସ୍କୃତି ଏବଂ କ୍ରୀଡା କ୍ଷେତ୍ରରେ ସହଯୋଗର ଆଦାନପ୍ରଦାନ କରିବାକୁ ଆଜି ଠାରୁ ତିନି ଦିନିଆ ଚୀନ ଗସ୍ତରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

author img

By

Published : Aug 11, 2019, 2:03 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଠାରୁ ତିନି ଦିନିଆ ଚୀନ ଗସ୍ତରେ ଯିବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଗସ୍ତ କାଳରେ ସେ ଭାରତ-ଚୀନ ମଧ୍ୟରେ ଉଚ୍ଚସ୍ତରୀୟ କୌଶଳ ପ୍ରଣାଳୀ ଉପରେ ଆୟୋଜିତ ଦ୍ବିତୀୟ ବୈଠକରେ ଯୋଗ ଦେବେ । ଏଥିସହିତ ସେ ଚୀନର ବୈଦେଶିକ ମନ୍ତ୍ରୀ ୱାଂ ୟିଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ଔପଚାରିକ ସାକ୍ଷାତକାରକୁ ନେଇ ପ୍ରସ୍ତୁତି କରାଯିବ । ବୈଦେଶିକ ମନ୍ତ୍ରୀ ହେବା ପରେ ଜୟଶଙ୍କରଙ୍କର ଏହା ପ୍ରଥମ ଚୀନ ଗସ୍ତ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନ ଅନୁସାରେ, ଭାରତ-ଚୀନ ମଧ୍ୟରେ ହେବାକୁ ଥିବା ଏହି ବୈଠକ ଉଭୟ ଦେଶର ପର୍ଯ୍ୟଟନ, କଳା, ଚଳଚ୍ଚିତ୍ର, ଗଣମାଧ୍ୟମ, ସଂସ୍କୃତି ଏବଂ କ୍ରୀଡା କ୍ଷେତ୍ରରେ ସହଯୋଗର ଆଦାନପ୍ରଦାନକୁ ଦର୍ଶାଇବ । ଗତ ବର୍ଷ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଏବଂ ଶି ଜିନପିଙ୍ଗ ମଧ୍ୟରେ ହୋଇଥିବା ପ୍ରଥମ ଅଣଔପଚାରିକ ସାକ୍ଷାତକାରରେ ଏହି ବୈଠକର ଆରମ୍ଭ ହୋଇଥିଲା । ଡିସେମ୍ବର 21ରେ ଦିଲ୍ଲୀରେ ଏହି ବୈଠକ ଆୟୋଜିତ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.