ETV Bharat / bharat

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଲେ ପୁଟିନ

author img

By

Published : Dec 30, 2020, 10:47 PM IST

ବଡଦିନ ଓ ନବବର୍ଷ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ଋଷ ରାଷ୍ଟ୍ରପତି । ପଢନ୍ତୁ ଅଧିକ...

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ପୁତିନ

ନୂଆଦିଲ୍ଲୀ: ବଡଦିନ ଓ ନବବର୍ଷ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁତିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତ-ଋଷର ସଫଳ ସମ୍ପର୍କର ଉଦାହରଣ ଦେଇଛନ୍ତି ।

ପୁଟିନ କହିଛନ୍ତି ଯେ ଏହି 2020 ରେ ଭାରତ ଓ ଋଷ ପରସ୍ପର ସଫଳ ସହଭାଗିତାରେ ମିଳିତ ଭାବେ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି । କରୋନା ମହାମାରୀ ମୁକାବିଲାରେ ଉଭୟ ଭାରତ ଓ ଋଷ ଅଗ୍ରଣୀ ତଥା ଗୁରୁତ୍ବପୁର୍ଣ୍ଣ ଭୁମିକା ନେଇଛନ୍ତି । ବିଭିନ୍ନ ପ୍ରକଳ୍ପରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ମଧ୍ୟ ଜାରି କରିଛନ୍ତି । ଏହି ଅବସରରେ ପୁତିନ SCO ଓ ବ୍ରିକ୍ସ ସମ୍ମିଳନୀରେ ଉଭୟ ଦେଶର ଭୁମିକା କଥା ମଧ୍ୟ ଉଦାହରଣ ଦେଇଛନ୍ତି ।

ସେହିପରି ଆସନ୍ତା ନବ ବର୍ଷ ମଧ୍ୟ ଉଭୟ ଦେଶର ପାଇଁ ନୂଆ ସମ୍ଭାବନା ଆଣିବା ନେଇ ମଧ୍ୟ ସେ ଆଶା ପ୍ରକଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟା ଉପରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ।ଦୁଇ ଦେଶର ସମ୍ପର୍କରେ ନୂଆ ଫର୍ଦ୍ଦ ଯୋଡି ହେବ ବୋଲି କହିଛନ୍ତି ପୁତିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.