ETV Bharat / bharat

ଭାରତକୁ 10 କୋଟି‌ 'ସ୍ପୁଟନିକ-ଭି' ଟିକା ଯୋଗାଇବ ଋଷ

କୋରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ଭାରତକୁ ଆସିଛି ଏକ ଖୁସି ଖବର । ଋଷରୁ ଖୁବଶୀଘ୍ର କୋରୋନା ଟିକା ଭାରତ ପହଞ୍ଚିବା ନେଇ ଆଶା ଉଦଜୀବିତ ହୋଇଛି । ସ୍ପୁଟନିକ-ଭି ଟୀକାର 10 କୋଟି ଡୋଜ ଭରତକୁ ପଠାଇବା ଋଷ । ଅଧିକ ପଢନ୍ତୁ...

ଖୁବ ଶୀଘ୍ର ଭାରତକୁ 100 ମିଲିୟନ ଡୋଜ୍‌ 'ସ୍ପୁଟନିକ-ଭି' ଟୀକା ଯୋଗାଇବ ଋଷିଆ

author img

By

Published : Sep 16, 2020, 3:41 PM IST

Updated : Sep 16, 2020, 5:07 PM IST

ମସ୍କୋ: ସାରା ଦେଶରେ ବଢି ଚାଲିଛି ମହାମାରୀ କୋରୋନାର ପ୍ରକୋପ । କୋରୋନା କବଳରୁ ରକ୍ଷା ପାଇବା ପାଇଁ ଭ୍ୟାକସିନ ଅପେକ୍ଷାରେ ସମସ୍ତେ । କୋରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ଭାରତକୁ ଆସିଛି ଏକ ଖୁସି ଖବର । ଋଷିଆରୁ ଖୁବ ଶୀଘ୍ର କୋରୋନା ଟୀକା ଭାରତ ପହଞ୍ଚିବା ନେଇ ଆଶା ଉଦଜୀବିତ ହୋଇଛି ।

କୋରୋନାକୁ ପ୍ରତିହତ କରିବା ପାଇଁ ତିଆରି ହୋଇଥିବା ସ୍ପୁଟନିକ-ଭି ଟିକାର 10 କୋଟି ଡୋଜ ଭାରତକୁ ପଠାଇବା ଋଷିଆ । ତେବେ ଏହି ଟୀକା ଭାରତର ଡକ୍ଟର ରେଡ୍ଡୀ ଲାବ୍ରୋଟରୀ ଗୁଡିକୁ ଯୋଗାଣ ହେବା ନେଇ ଋଷିଆ ପକ୍ଷରୁ ଘୋଷଣା କରାଯାଇଛି । ଭାରତରେ ଏହି ଟୀକା ଅନୁମୋଦନ ପାଇବା ପରେ ଏହା ସଙ୍ଗେସଙ୍ଗେ ପହଞ୍ଚିବ ବୋଲି କୁହାଯାଇଛି ।

ଋଷିଆର ସାର୍ବଭୌମିକ ଅର୍ଥ ପାଣ୍ଠି ବୁଧବାର କହିଛି ଯେ ଭାରତର ନିୟାମକ ଅନୁମୋଦନ ପାଇବା ପରେ ସ୍ପୁଟନିକ-ଭି ଟୀକାର 100 ମିଲିୟନ ଡୋଜ ଯୋଗାଯିବ ।

ବିଶ୍ବରେ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବାବେଳେ ଏହାର ଭ୍ୟାକ୍ସିନ ପ୍ରସ୍ତୁତି ନେଇ ବିଭିନ୍ନ ଦେଶ ଜାରି ରଖିଛନ୍ତି ଚେଷ୍ଟା । ଏମିତିରେ ଋଷ ପ୍ରସ୍ତୁତ କରିଥିବା ପ୍ରତିଷେଧକ ଟୀକା ‘ସ୍ପୁଟନିକ-ଭି’ ସମସ୍ତ କ୍ଲିନିକାଲ ଟ୍ରାଏଲକୁ ସଫଳତାର ସହ ପାର କରିଥିଲା । ଯାହା ବର୍ତ୍ତମାନ ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଋଷ ସ୍ପଷ୍ଟ କରିଛି । ଏହି ଖବର ପ୍ରକାଶ ହେବା ପରେ ଅଗଣିତ ବିଶ୍ବବାସୀଙ୍କ ମନରେ ଖେଳିଛି ଖୁସିର ଲହରୀ ଖେଳିଯାଇଥିଲା। ପ୍ରତିଷେଧକ ଟୀକା ପ୍ରସ୍ତୁତି ରେସରେ ଏହା ବିଶ୍ବ ପାଇଁ ଏକ ବଡ ଉପଲବ୍ଧି ।

ଋଷିଆନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଗ୍ୟାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ଏହି ପ୍ରତିଷେଧକ ଟୀକାକୁ ଅନ୍ୟ ଶବ୍ଦରେ ଗ୍ୟାମ-କୋଭିଡ-ଭ୍ୟାକର ନାମ ଦିଆଯାଇଛି ।

ଋଷ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋଙ୍କ କହିବା ଅନୁଯାୟୀ ଏହି ଟୀକାକୁ ମୁଖ୍ୟତଃ ଆଗଧାଡିର କୋରୋନା ଯୋଦ୍ଧା ଯଥା ଶିକ୍ଷକ ଓ ଡାକ୍ତରମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଟୀକାର କୌଣସି ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟା ନଥିବାବେଳେ ଏହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ପୂର୍ବରୁ ପ୍ରମାଣିତ ହୋଇସାରିଛି । ତେବେ ଗତ ମାସରେ ‘ସ୍ପୁଟନିକ-ଭି’କୁ ନାଗରିକଙ୍କ ବ୍ୟବହାର ପାଇଁ ଗ୍ରୀନ ସିଗନାଲ ଦେଇ ଋଷିଆ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କୋରୋନା ଭ୍ୟାକ୍ସିନକୁ ଅନୁମୋଦନ ପ୍ରଦାନ କରିଥିଲା ।

Last Updated : Sep 16, 2020, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.