ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଡକ୍ଟର ଭାରତ ୟେ ସେଟ୍ଟୀ କୋରୋନା ପଜିଟିଭ । ତାଙ୍କୁ ଚିକିତ୍ସା ପାଇଁ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମାଙ୍ଗାଲୁରୁ ଉତ୍ତରରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଗତ କିଛି ଦିନ ହେବ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ସେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ କୋରୋନାରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । କୋରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର କରିବା ଓ ହାତକୁ ବାରମ୍ବାର ସାନିଟାଇଜ କରିବା ।
ତେବେ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 604641 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 17834 ରହିଛି । ସେହିକ୍ରମରେ କର୍ଣ୍ଣାଟକରେ, ପଜେଟିଭ 16514 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 253 ରହିଛି ।