ETV Bharat / bharat

ସଂସଦରେ ପିଏମ କେୟାର ଫଣ୍ଡ ଝଡ: ଗାନ୍ଧୀ ପରିବାରର ମୁଖା ଖୋଲିଲେ ଅନୁରାଗ, ବିରୋଧୀଙ୍କ ହଙ୍ଗାମା - ପିଏମ କେୟାର ଫଣ୍ଡ

ପିଏମ କେୟାର ଫଣ୍ଡକୁ ନେଇ ସଂସଦରେ ଜୋରଦାର ହଙ୍ଗାମା । ଅନୁରାଗ ଠାକୁର ଗୃହରେ ପିଏମ କେୟାର ଫଣ୍ଡର ହିସାବ ରଖୁଥିଲେ । ସେ ଗାନ୍ଧୀ ପରିବାର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଲାଭନ୍ବିତ ହୋଇଥିବା ନାଁଗୁଡ଼ିକୁ ପ୍ରକାଶ କରିବାକୁ ଚେତାବନୀ ଦେଇଥିଲେ । ଏହା ଉପରେ ବିରୋଧୀ ସାଂସଦମାନେ ତାଙ୍କ ବୟାନକୁ ବିରୋଧ କରିଥିଲେ । ଅଧିକ ପଢନ୍ତୁ...

ସଂସଦରେ ପିଏମ କେୟାରଫଣ୍ଡ ଝଡ: ଗାନ୍ଧୀ ପରିବାରର ମୁଖା ଖୋଲିଲେ ଅନୁରାଗ, ବିରୋଧୀଙ୍କ ହଙ୍ଗାମା

author img

By

Published : Sep 18, 2020, 5:38 PM IST

ନୂଆଦିଲ୍ଲୀ: ପିଏମ କେୟାର ଫଣ୍ଡକୁ ନେଇ ସଂସଦରେ ଜୋରଦାର ହଙ୍ଗାମା । ଫଣ୍ଡ ବାବଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ହିସାବ ଦେବା ସମୟରେ ବିରୋଧୀ ଗୃହରେ ହଟଗୋଳ କରିଛନ୍ତି । ଏହାସହ ଅନୁରାଗଙ୍କ ବିରୋଧରେ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନକୁ ନେଇ ବିଜେପି ସାଂସଦମାନେ ମଧ୍ୟ ନାରାବାଜି କରିଛନ୍ତି । ଏହାଫଳରେ ଗୃହକୁ ସ୍ଥଗିତ କରିବାକୁ ପଡିଛି ।

ସମ୍ପୂର୍ଣ୍ଣ ବିବାଦ ଅନୁରାଗ ଠାକୁରଙ୍କ ଗୋଟିଏ ବୟାନରୁ ଆରମ୍ଭ ହୋଇଛି | ଅନୁରାଗ ଠାକୁର ଗୃହରେ ପିଏମ କେୟାର ଫଣ୍ଡର ହିସାବ ରଖୁଥିଲେ। ସେ ଗାନ୍ଧୀ ପରିବାର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଲାଭନ୍ବିତ ହୋଇଥିବା ନାଁଗୁଡ଼ିକୁ ପ୍ରକାଶ କରିବାକୁ ଚେତାବନୀ ଦେଇଥିଲେ। ଏହା ଉପରେ ବିରୋଧୀ ସାଂସଦମାନେ ତାଙ୍କ ବୟାନକୁ ବିରୋଧ କରିଥିଲେ।

ଅନୁରାଗ କହିଛନ୍ତି ଯେ, ନେହେରୁ ଆରମ୍ଭ କରିଥିବା ପାଣ୍ଠି ଏଯାଏଁ ପଞ୍ଜୀକୃତ ହୋଇନାହିଁ । ଆପଣମାନେ କେବଳ ଗୋଟିଏ ପରିବାର ତଥା ଗାନ୍ଧୀ ପରିବାର ପାଇଁ ଏହି ଟ୍ରଷ୍ଟ ଗଠନ କରିଛନ୍ତି | ସୋନିଆ ଗାନ୍ଧୀଙ୍କୁ ଏହି ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଥିଲା, ଯଦି ଏହାର ଯାଞ୍ଚ କରାଯାଏ, ତାହେଲେ କ୍ଷୀର ଓ ପାଣି ଅଲଗା ହୋଇଯିବ ବୋଲି ଅନୁରାଗ କହିଛନ୍ତି ।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଲୋକସଭା ବାଚସ୍ପତି ବିଜେପି ସଦସ୍ୟଙ୍କ ବୟାନ ଉପରେ ଘଣ୍ଟ ଘୋଡାଉଛନ୍ତି । କଲ୍ୟାଣ ବାନାର୍ଜୀ କହିଛନ୍ତି, ବାଚସ୍ପତି ସର୍ବଦା ବିରୋଧୀ ସଦସ୍ୟଙ୍କୁ ରୋକୁଛନ୍ତି। ଯଦି ଏଥିପାଇଁ ତାଙ୍କୁ ନିଲମ୍ବନ କରିବାକୁ ଚାହାଁନ୍ତି, ତେବେ ସେ ଏଥିପାଇଁ ପ୍ରସ୍ତୁତ, କିନ୍ତୁ ସେ ଆଉ ଏପରି ଆଚରଣକୁ ବରଦାସ୍ତ କରିପାରିବେ ନାହିଁ ବୋଲି କଲ୍ୟାଣ ନିଜ ପ୍ରତିକ୍ରିୟାରେ କହିଥିଲେ।

ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ମଧ୍ୟ କଲ୍ୟାଣ ବାନାର୍ଜୀଙ୍କୁ ସମର୍ଥନ କରିଥିଲେ। ସେ କହିଛନ୍ତି ଯେ ବିରୋଧୀ ସାଂସଦଙ୍କ ବିରୋଧରେ ନବନିର୍ବାଚିତ ସଦସ୍ୟମାନେ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ଏହାପରେ ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

କେନ୍ଦ୍ର ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ପିଏମ କେୟାର ଫଣ୍ଡ ଉପରେ କହିଛନ୍ତି ଯେ ବିରୋଧୀଙ୍କ କାମ ଯେପରି କେବଳ ବିରୋଧ କରିବା । କୌଣସି କାରଣରୁ, ସେମାନେ ପିଏମ କେୟାର ଫଣ୍ଡ କାହିଁକି ଭଲ ନୁହେଁ ତାହା ବ୍ୟାକ୍ଷା କରିବା ଉଚିତ | ସେମାନେ ବିମୁଦ୍ରୀକରଣ, ଜିଏସଟି, ଟ୍ରିପଲ ତଲାକ ସବୁକୁ ଖରାପ କହିଥିଲେ | ପିଏମ କେୟାର ଫଣ୍ଡ ଉପରେ ମଧ୍ୟ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ଦେଇଛନ୍ତି ବୋଲି ଅନୁରାଗ କହିଛନ୍ତି ।

ଅନୁରାଗ ଠାକୁର କହିଛନ୍ତି ଯେ ପାଣ୍ଠିକୁ ସାଂସଦ, ଗରିବ ଲୋକ ମଧ୍ୟ ଟଙ୍କା ଦେଇଛନ୍ତି। ବିରୋଧୀଙ୍କ ଭାଗ୍ୟ ଖରାପ। ୟୁପିର ପ୍ରୟାଗରାଜର 9 ବର୍ଷର ଅନୁଷ୍କା ଏବଂ 6 ବର୍ଷୀୟ ଯୁବରାଜ 300 ଟଙ୍କା ପ୍ରଦାନ କରିଥିଲେ। ସେହିପରି କାନପୁରର କିଡୱାଇ ନାଗରର ପିଲାମାନେ 500 ହଜାର, ମିର୍ଜାପୁରର 10 ବର୍ଷର ବାଳିକା ସୁହାନି ଏହି ପାଣ୍ଠି ପାଇଁ 4 ହଜାର ଟଙ୍କା ଦେଇଛନ୍ତି। ଜଣେ ଶିକ୍ଷକ 5 ଲକ୍ଷ ଟଙ୍କା ଯୋଗଦାନ ଦେଇଛନ୍ତି । ଏହି ସମୟରେ ବିରୋଧୀ ହଟଗୋଳ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.