ହାଇଦ୍ରାବାଦ: ତେଲେଙ୍ଗାନରେ ଆରଟିସି ବସ ଡ୍ରାଇଭରଙ୍କ ଆନ୍ଦୋଳନରେ ଏବେ ସାରା ରାଜ୍ୟ ଉଠୁଛି ପଡୁଛି । ଏପରିସ୍ଥିତିରେ ଖାମ୍ମମରେ ଜଣେ ଆରଟିସି ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଖାମ୍ମମ ଡିପୋରେ ଆରଟିସି ଚାଳକ ଭାବେ କାର୍ଯ୍ୟ କରୁଥିବା ଶ୍ରୀନିବାସ ରେଡ୍ଡୀ ଆନ୍ଦୋଳନ କାରଣରୁ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ରେଡ୍ଡୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।