ETV Bharat / bharat

ଆରଏସଏସ କର୍ମୀଙ୍କୁୂ ହତ୍ୟା ଘଟଣା: ଟାର୍ଗେଟରେ ଟିଏମସି ସରକାର - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମାମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଜଣେ ଆରଏସଏସ କର୍ମୀଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ହତ୍ୟା କରାଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟପାଳ ଏବଂ ବିଜେପି ।

ଆରଏସଏସ କର୍ମୀ ଓ ପରିବାରକୁ ହତ୍ୟା
author img

By

Published : Oct 11, 2019, 1:04 PM IST

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଜଣେ ଆରଏସଏସ କର୍ମୀଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ହତ୍ୟା କରାଯିବା ଘଟଣାରେ ରାଜ୍ୟରେ କ୍ଷମତାସୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟପାଳ ଏବଂ ବିଜେପି । ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ମୃତକ ଶିକ୍ଷକ ରାଷ୍ଟ୍ରିୟ ସ୍ବୟଂସେବକ ସଙ୍ଘ(ଆରଏସଏସ) ସହ ଜଡିତ ଥିବାରୁ ତାଙ୍କୁ ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ପକ୍ଷରୁ ହତ୍ୟା କରାଯାଇଛି । ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏ ମାମଲାରେ ରାଜ୍ୟରେ କ୍ଷମତାସୀନ ମମତା ବାନାର୍ଜୀ ସରକାରକୁ ଟାର୍ଗେଟ କରିଛନ୍ତି ।

ଏନେଇ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ଯେ, ଏଭଳି ଘଟଣା ମଣିଷ ସମାଜ ପାଇଁ ଲଜ୍ୟାଜନକ । ଦିନକୁ ଦିନ ମାନବିକତା ହଜିଯାଉଛି । ଜଣେ ଶିକ୍ଷକ, ତାଙ୍କର ଗର୍ଭବତୀ ସ୍ତ୍ରୀ ଏବଂ 8 ବର୍ଷର ପୁଅକୁ ଘରେ ପଶି ହତ୍ୟା କରାଯାଉଛି । ହେଲେ ରାଜ୍ୟ ସରକାରଙ୍କ ପଟୁ ଏ ସମ୍ପର୍କରେ କୌଣସି ଜବାବ ମିଳୁନାହିଁ । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚୁପ ବସିଛନ୍ତି
ସେପଟେ ବିଜେପି ମହାସଚିବ କୈଳାଶ ବିଜୟଭାର୍ଗୀୟ ଟ୍ବିଟ କରି କହିଛନ୍ତି ଯେ, ଏତେ ବଡ଼ ଜଘନ୍ୟ ହତ୍ୟାକାଣ୍ଡ ଠାରୁ ଆଉ କଣ ହୋଇପାରିବ? ପ୍ରକାଶ ପାଲ, ତାଙ୍କର ଗର୍ଭବତୀ ସ୍ତ୍ରୀ ଏବଂ 8 ବର୍ଷର ପୁଅକୁ ଘରେ ପଶି ହତ୍ୟା କରାଯାଉଛି । କୌଣସି ରାଜ୍ୟର ଆଇନକାନୁନ ବ୍ୟବସ୍ଥା ଠିକ ଅଛି ବୋଲି କିପରି ମାନିବା, ଯେତେବେଳେ ସାଧାରଣ ଜନତାଙ୍କ ଜୀବନ ସୁରକ୍ଷିତ ନାହିଁ । ଦିଦି ଆପଣଙ୍କ ଶାସନକାଳରେ କଣ ହେଉଛି?

ଆରଏସଏସ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ସେମାନଙ୍କୁ କେହି ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ପଶ୍ଚିମବଙ୍ଗର ମୁର୍ଶିଦାବାଦର ଶିକ୍ଷକଙ୍କ ବନ୍ଧୁ ଗୋପାଳଙ୍କ ଘରୁ ତିନି ଜଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ବନ୍ଧୁ ଗୋପାଳ ସ୍ଥାନୀୟ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଘରେ ଅନେକ ସମୟ ପର୍ଯ୍ୟନ୍ତ ରହିଥିବା ସହ ବିଜୟା ଦଶମୀ ପାଳିବାକୁ ନଆସିବାରୁ ସନ୍ଦେହ କରିଥିଲେ ପଡୋଶୀ ।

ଏହାପରେ ବନ୍ଧୁଙ୍କ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ କବାଟ ଭିତର ପଟୁ ବନ୍ଦଥିଲା । ଫଳରେ ପଡୋଶୀ ପୋଲିସକୁ ଡାକିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସେମାନଙ୍କ ମୃତଦେହକୁ ଉଦ୍ଧାର କରିବା ପରେ ଏ ଘଟଣାର ତଦନ୍ତ ଆରମ୍ଭ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.