ହାଇଦ୍ରାବାଦ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅଖିଳ ଭାରତୀୟ କାର୍ଯକାରିଣୀ ଭୁବନେଶ୍ବରରେ ଚାଲିଥିବା ବେଳେ ଏହା ଆସନ୍ତା 20ରେ ଶେଷ ହେବ ।
ଅନ୍ୟପଟେ ସଂଘ ନିଜର ସମସ୍ତ ସଂଗଠନର ପ୍ରଚାରକଙ୍କ ବୈଠକ ସ୍ଥିର କରିଛି । ଏହି ବୈଠକ ହରିଦ୍ବାରରେ ଅନୁଷ୍ଠିତ ହେବ । ଏଥିରେ ସଂଘ ପ୍ରମୁଖ ମୋହନ ଭାଗବତ, ଭୈୟା ଜୀ ଯୋଶୀ, ଦତ୍ତତ୍ରେୟ ହୌସବଲେ ଓ ଡ. କୃଷ୍ଣ ଗୋପାଳ ପ୍ରମୁଖ ବରିଷ୍ଠ ପ୍ରଚାରକ ଯୋଗଦେବେ । ଏହି ବୈଠକ ଅକ୍ଟୋବର 31ରୁ ନଭେମ୍ବର 4ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ବୈଠକ ପ୍ରତି 5ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ।
ଏହି ବୈଠକରେ ଆସନ୍ତା 5ବର୍ଷ ପର୍ଯ୍ୟନ୍ତ ସଂଘର ସମସ୍ତ ନୀତି ନିର୍ଦ୍ଧାରଣ କରାଯିବ । ଏଥିପାଇଁ ସଂଘ ସମସ୍ତ ସହଯୋଗୀଙ୍କ ସମେତ ବିଜେପି ନେତାଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରଣ କରିଛି । ଉକ୍ତ ବୈଠକର ବିଗତ ସମସ୍ତ ବୈଠକରୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରଣ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ ଆସିବା ପୂର୍ବରୁ ଏହାର ଆୟଜୋନ କରାଯାଉଛି । ସଂଘର ଏହି ବୈଠକକୁ ଦେଶର ସମସ୍ତ ବିରୋଧୀ ଦଳ ମଧ୍ୟ ନଜର ରଖିଛନ୍ତି ।