ନୂଆଦିଲ୍ଲୀ: କୋରୋନା ଭାଇରସ ହେତୁ ତାଲାପଡିଛି ସାରା ଦେଶ । ଯାହାକୁ ନେଇ ଅଭାବୀ ଶ୍ରେଣୀର ଲୋକ ଓ ପ୍ରବାସୀ ଶ୍ରମିକ ମାନେ ବେଶି ହଇରାଣ ହେଉଛନ୍ତି । କାମ ନକରିବା ହେତୁ ଧିରେ ଧିରେ ସେମାନଙ୍କ ପାଖରେ ଥିବା ଟଙ୍କା ମଧ୍ୟ ସରିଆସିଲାଣି । ଏହିଭଳି ପରିସ୍ଥିତିରେ କେତେକ ସଂସ୍ଥା ଓ ସରକାରୀ କର୍ମୀମାନେ ଦେବଦୂତ ସାଜି ସେମାନଙ୍କୁ ଖାଦ୍ୟ ବାଣ୍ଟୁଥିବା ଅନେକ ଖବର ଦେଖିବାକୁ ମିଳୁଛି।
ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆଦିଲ୍ଲୀ ରେଳ ଷ୍ଟେସନରେ । ଷ୍ଟେସନରେ ଥିବା କିଛି ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ବାଣ୍ଟିଛନ୍ତି ସେମାନଙ୍କୁ ବାଣ୍ଟିଛନ୍ତି ଆରପିଏଫ୍ ଅଧିକାରୀ । ତେବେ ଆଗକୁ ମଧ୍ୟ ଏପରି କାର୍ଯ୍ୟ ଜାରି ରହିବା ନେଇ କହିଛନ୍ତି ଜଣେ କର୍ମଚାରୀ ।