ହାଇଦ୍ରାବାଦ: ତେଲେଙ୍ଗାନା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ତେଲେଙ୍ଗାନା ପୋଲିସକୁ ଚାରିଆଡୁ ମିଳୁଛି ଶୁଭେଚ୍ଛା ବାର୍ତ୍ତା । ହାଇଦ୍ରାବାଦ ପୋଲିସ ଉପରେ ଖୁସି ହୋଇ ରୋହତକର ଏକ ପିଜା ଷ୍ଟୋର 5 ଲକ୍ଷ ଟଙ୍କା ଘୋଷଣା କରିଛି । ହାଇଦ୍ରାବାଦ ପୋଲିସ ଘଟଣାରେ ଯେଭଳି ପଦକ୍ଷେପ ନେଇଛି ଏଥିରୁ ପ୍ରେରିତ ହୋଇ ପୋଲିସକର୍ମୀଙ୍କୁ ଏହି ପୁରସ୍କାର ଦିଆଯାଉଥିବା କମ୍ପାନୀର କର୍ମଚାରୀମାନେ କହିଛନ୍ତି । ଏହିପରି ଭାବେ ଯଦି ସେନା କିମ୍ବା ପୋଲିସକର୍ମୀ ଏପରି କାର୍ଯ୍ୟାନୁଷ୍ଠାନ ନେବେ ତାହେଲେ କମ୍ପାନୀ ସେମାନଙ୍କ ଉତ୍ସାହ ବଢାଇବ ବୋଲି ପିଜା ଷ୍ଟୋର ପକ୍ଷରୁ କୁହାଯାଇଛି ।
ସେହିପରି ବିହାରର ପୂର୍ବତନ ସାଂସଦ ପପୁ ଯାଦବ ଏନକାଉଣ୍ଟରରେ ସାମିଲ ସମସ୍ତ ପୋଲିସକର୍ମୀଙ୍କୁ 50 ହଜାର ଟଙ୍କା ପୁରସ୍କାର ଦେବାପାଇଁ ଘୋଷଣା କରିଛନ୍ତି । 4 ଜଣ ଅଭିଯୁକ୍ତଙ୍କ ପୋଲିସ ଦ୍ବାରା ଏନକାଉଣ୍ଟରକୁ ପପୁ ସଠିକ ବୋଲି କହିଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ଗୁଜୁରାଟର ଜଣେ ବ୍ୟବସାୟୀ ଏହି ଏନକାଉଣ୍ଟରକୁ ନେଇ ତେଲେଙ୍ଗାନା ପୋଲିସ ପାଇଁ 1 ଲକ୍ଷ ପୁରସ୍କାର ରାଶି ଘୋଷଣା କରିସାରିଛନ୍ତି ।