ETV Bharat / bharat

ସୋନିଆଙ୍କ ଅଭିନନ୍ଦନ ପୋଷ୍ଟରରେ ରବର୍ଟ

ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେବା ପରେ କଂଗ୍ରେସ ମୁଖ୍ୟାଳୟରେ ଲଗାଯାଇଥିବା ଶୁଭେଚ୍ଛା ପୋଷ୍ଟରେ ରବର୍ଟ ଭଦ୍ରାଙ୍କ ଫଟୋ ଦେଖିବାକୁ ମିଳିଛି ।

author img

By

Published : Aug 14, 2019, 9:14 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଅଭିନନ୍ଦନ ପୋଷ୍ଟରରେ ଜ୍ବାଇଁ ରବର୍ଟ ଭଦ୍ରା । ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେବା ପରେ କଂଗ୍ରେସ ମୁଖ୍ୟାଳୟରେ ଲଗାଯାଇଥିବା ଶୁଭେଚ୍ଛା ପୋଷ୍ଟରେ ରବର୍ଟ ଭଦ୍ରାଙ୍କ ଫଟୋ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ସୋନିଆଙ୍କ ସମେତ ପୁଅ ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଜ୍ବାଇଁ ରବର୍ଟ ଭଦ୍ରାଙ୍କ ଫଟୋ ରହିଛି ।

ଏହି ପୋଷ୍ଟରରେ ଦର୍ଶାଯାଇଛି, ‘କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିବାରୁ ସୋନିଆ ଗାନ୍ଧୀଜୀଙ୍କୁ ଅଭିନନ୍ଦନ’ । ତେବେ ଏଥିରେ ରବର୍ଟଙ୍କ ଫଟୋ ଲାଗିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଭବିଷ୍ୟତରେ କଂଗ୍ରେସର କୌଣସି ପଦପଦବୀରେ ରହିବା ନେଇ ରାଜନୈତିକ ଅଳିନ୍ଦୁରେ ଆଲୋଚନା ହେଉଛି । ନିର୍ବାଚନ ପୂର୍ବରୁ ରବର୍ଟଙ୍କ ଫଟୋ ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ରବର୍ଟଙ୍କ ନାଁରେ କେତେକ ଦୁର୍ନୀତି ଅଭିଯୋଗ ସହ ଆର୍ଥିକ ଅନିୟମିତତାର ମଧ୍ୟ ଅଭିଯୋଗ ରହିଛି । ଯାହାକୁ ନେଇ ସେ ଇଡିର ସ୍କାନରରେ ଥିବା କୁହାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.