ଡେରାଡୁନ: ମାଙ୍ଗାଲୁରୁରୁ 45 ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଉତ୍ତରାଖଣ୍ଡ ଯାଇଥିବା ଏକ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିଛି । ଫଳରେ ପାଖାପାଖି 40 ଜଣ ଯାତ୍ରୀ ଗୁରୁତର ହୋଇ ପଡ଼ିବା ସହିତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ ମାଙ୍ଗାଲୁରୁରୁ 45 ଜଣ ଯାତ୍ରୀ ଏକ ବସ ଯୋଗେ ଉତ୍ତରାଖଣ୍ଡର ନୌଦେବୀ ଦର୍ଶନ ପାଇଁ ଯାଇଥିଲେ । ତେବେ ଗାଡ଼ି ଦ୍ରୁତ ବେଗରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରୋଡ଼ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ 40ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ ।
ଏସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେଠାରେ କିଛି ଆହତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।