ପାଟନା: ସରିଲା ସିଟ୍ ଭାଗବଣ୍ଟା । ନିର୍ବାଚନ ପାଇଁ ତୟାର ମହାମେଣ୍ଟ । ବିଜେପି-ଜେଡିୟୁ ମେଣ୍ଟକୁ ଚେକମେଟ୍ ଦେବା ପାଇଁ ମୈଦାନରେ ଆରଜେଡି-କଂଗ୍ରେସ, ସିପିଆଇ, ସିପିଆଇ (ଏମ)ର ମହାମେଣ୍ଟ । ବିହାର ବିଧାନସଭା ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ପ୍ରମୁଖ ମେଣ୍ଟ ।
ନିର୍ବାଚନ ବିଗୁଲ ବାଜିବା ପରେ ଶନିବାର ମହାମେଣ୍ଟର ହୋଇପ୍ରୋଫାଇଲ ନେତା ମାରାଥନ ପ୍ରେସମିଟ୍ କରିଥିଲେ । ସମୁଦାୟ 243 ବିଧାନସଭା ଆସନରେ ପ୍ରାର୍ଥୀ ଓହ୍ଲାଇବ ମହାମାଣ୍ଟ । ଆରଜେଡି ଖାତାକୁ 144, କଂଗ୍ରେସ 70 ଓ ଅନ୍ୟାନ୍ୟ ଦଳ ଗୁଡିକ 29ଟି ସିଟରେ ଲଢିବା ନେଇ ସହମତି ପ୍ରକାଶ ପାଇଛି ।
ଶନିବାର ମହାମେଣ୍ଟର ଏକ ସମ୍ବାଦିକ ସମ୍ମୀଳନୀରେ ମିଳିତ ଭାବେ ସିଟ୍ ବଣ୍ଟନ ନେଇ ପ୍ରକାଶ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ଓ କଂଗ୍ରେସ ନେତା ଅବିନାଶ ପାଣ୍ଡେ ।
ଏପଟେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ତଥା ନୀତିଶ କୁମାରଙ୍କ ଆରଜେଡି, ବିଜେପି ଓ ଏଲଜେପି ଓ ହାମ ପାର୍ଟୀ ରହିଛି । ୟୁପିଏ ମେଣ୍ଟ ତଥା ବିହାର ମହାମେଣ୍ଟ ଏନଡିଏ ମେଣ୍ଟ ସହିତ ଜୋରଦାର ଲଢେଇ ପାଇଁ ପ୍ରସ୍ତୁତ ।
ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ ୟୁପିଏ ମେଣ୍ଟର ଟ୍ରମ୍ପକାର୍ଡ ହେବା ନେଇ କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏହି ନିର୍ବାଚନରେ ମୁଖ୍ୟତଃ ବିହାର ନୀତିଶ ସରକାର ଓ କେନ୍ଦ୍ରସରକାରଙ୍କ କୃଷି ଆଇନକୁ ନେଇ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି ।
ବିହାର ମହାମେଣ୍ଟରୁ ସମ୍ପର୍କ ଛିନ୍ନ କଲା ବିକାଶଶୀଳ ଇନଶାନ ପାର୍ଟୀ
ବିହାର ମହାମେଣ୍ଟରୁ ସମ୍ପର୍କ ଛିନ୍ନ କଲା ବିକାଶଶୀଳ ଇନଶାନ ପାର୍ଟୀ । ବିହାର ୟୁପିଏ ମେଣ୍ଟର ଏକ ସହଯୋଗୀ ଦଳ ଭାବରେ ରହିଥିଲା । ବିକାଶିଶୀଳ ଇନଶାନ ପାର୍ଟୀ ମୁଖ୍ୟ ମହାମେଣ୍ଟରେ ମିଳିତ ସମ୍ବାଦିକ ସମ୍ମୀଳନୀରେ ଏହା ଘୋଷଣା କରିଛନ୍ତି । ବିହାର ନିର୍ବାଚନରେ ବର୍ତ୍ତମାନ ଆମ ସହିତ ଯାହା ଘଟୁଛି ତାହା କୌଣସି ମତରେ ଗ୍ରହଣୀୟ ନୁହେଁ । ପଛପଟୁ ଛୁରୀ ଭୂଷିବା ସହ ସମାନ ବୋଲି କହିଛନ୍ତି । ମୁଁ ଏହି ସହଯୋଗୀ ଦଳରୁ ବାହାରକୁ ଯାଉଛି ଏବଂ ଆସନ୍ତାକାଲି ଗଣମାଧ୍ୟମକୁ ସମ୍ବୋଧିତ କରିବି ବୋଲି ବିକାଶଶୀଳ ଇନଶାନ ପାର୍ଟି ମୁକେଶ ସାହନି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ