ETV Bharat / bharat

ଭାସୁଛି ବିହାର, ଫିଲ୍ମ ଦେଖୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ !

author img

By

Published : Jul 19, 2019, 11:57 AM IST

ବିହାର ବନ୍ୟାରେ ଏବେ ସୁଦ୍ଧା 60ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ସିନେମା ଦେଖିବାରେ ବ୍ୟସ୍ତ ଅଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସେ ଫିଲ୍ମ ଦେଖୁଥିବାର ଏକ ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫାଇଲ ଫଟୋ

ପାଟନା: ବିହାରରେ ଅଣାୟତ ହୋଇଛି ବନ୍ୟା ପରିସ୍ଥିତି । ଏହାର ପ୍ରକୋପରେ ଏବେ ସୁଦ୍ଧା 60 ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ବନ୍ୟା ଯୋଗୁଁ ଅନେକ ଲୋକେ ବାସହରା ହୋଇଛନ୍ତି । ସେମାନେ ଦୁଃଖ ଦୁର୍ଦଶାରେ ଦିନ କାଟୁଥିବା ବେଳେ ସିନେମା ଦେଖିବାରେ ବ୍ୟସ୍ତ ଅଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସେ ଫିଲ୍ଲ ଦେଖୁଥିବାର ଏକ ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ବିହାର ସରକାରଙ୍କ ଦ୍ବାରା ଫିଲ୍ମ ସୁପର-30 ଟ୍ୟାକ୍ସ ଫ୍ରି ହେବା ପରେ ଅଭିନେତା ହ୍ରିତିକ ରୋଶନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ଭେଟିଛନ୍ତି । ସେମାନଙ୍କ ସାକ୍ଷାତକାରର କିଛି ଫଟୋ ହ୍ରିତିକ ରୋଶନ ସେସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ପରେ ବିହାରର ପ୍ରମୁଖ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ ଏନେଇ ସୁଶିଲ ମୋଦିଙ୍କୁ ଘେରିଛନ୍ତି । ଲୋକେ ବନ୍ୟାରେ ହନ୍ତସନ୍ତ ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଫିଲ୍ମ ଦେଖାରେ ବ୍ୟସ୍ତ ରହିବା ଲଜ୍ଜାଜନକ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସେପଟେ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏନେଇ ସୁଶୀଲ ମୋଦିଙ୍କୁ ସମାଲୋଚନା କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.